ପିପିଲି : କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଦେଶର ସମସ୍ତ ଟୋଲ ଗେଟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପୁରୀଜିଲ୍ଲା ପିପିଲି ଟୋଲ ଗେଟ ଠାରେ ବାମଦଳ ପକ୍ଷରୁ କୃଷକ ବିଲକୁ ବିରୋଧ କରି ପ୍ରତିବାଦ କରାଯାଇଥିଲା ! କୃଷି ଓ କୃଷକକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ନାରାବାଜି ଓ ବିକ୍ଷୋଭ ଜାରୀ ରହିଥିବା ବେଳେ ଜନସାଧାରଣଙ୍କୁ ଟୋଲ ଦେୟ ମୁକ୍ତ କରିବା ପାଇଁ ବାମଦଳ ପକ୍ଷରୁ ଦାବୀ କରା ଯିବାରୁ ଗାଡି ମୋଟର ବିନା ଦେୟରେ ଯାତାୟତ କରିଥିଲେ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ଶତାଧିକ ବାମଦଳ କର୍ମୀ ଯୋଗ ଦେଇଥିବା ବେଳେ ଅଧିକ କର୍ମୀ ସଂଗଠିତ ହୋଇ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇ ଫୋର୍ସ ମୁତୟନ କରାଯାଇ ଥିଲା !ପ୍ରାୟ ଦିନ 1ଟା ବେଳେ ଧାରଣା ପ୍ରତ୍ୟାହୁତ ହେବା ପରେ ଟୋଲ ଗେଟରେ ପୂର୍ବପରି ଟୋଲ ଆଦାୟ ସହ ଯାତାୟତ ପୂର୍ବପରି ସ୍ୱାଭାବିକ ହୋଇଥିଲା ।