32.8 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗଷ୍ଟେଟ ବ୍ୟାଙ୍କର ମନୋମୁଖୀ ଶାସନ ବିରୁଦ୍ଧରେ ସମସ୍ତ ଗ୍ରାମ୍ୟ ବ୍ୟାଙ୍କରେ ଧାରଣା

ଷ୍ଟେଟ ବ୍ୟାଙ୍କର ମନୋମୁଖୀ ଶାସନ ବିରୁଦ୍ଧରେ ସମସ୍ତ ଗ୍ରାମ୍ୟ ବ୍ୟାଙ୍କରେ ଧାରଣା

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନମୁଖି ଶାସନ ତଥା କର୍ମଚାରୀ ମାରଣ ନିତି ପ୍ରତିବାଦରେ ଆଜି ସର୍ବଭାରତୀୟ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଷ୍ଟେଟ ବ୍ୟାଙ୍କ ପ୍ରୟୋଜିତ ସମସ୍ତ ଗ୍ରାମ୍ୟ ବ୍ୟାଙ୍କରେ ପ୍ରତିବାଦ ସହ ଧାରଣା ଦିଆଯାଇଛି । ସେହି କ୍ରମରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ୭ଟି ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି ।
ଦେଶର ସମସ୍ତ ପ୍ରାୟୋଜିତ ବ୍ୟାଙ୍କ ଭାରତ ସରକାର ତଥା ନାବାର୍ଡ ର ନିୟମ ମୁତାବକ ବ୍ୟାଙ୍କ ଗୁଡିକୁ ପରିଚାଲଣା କରୁଥିବା ବେଳେ ଷ୍ଟେଟ ବ୍ୟାଙ୍କ ସମସ୍ତ ନିତି ନିୟମକୁ ଉଲ୍ଲଙ୍ଗନ କରି ଏକ ଛତ୍ରବାଦ ଢଙ୍ଗରେ ନିଜସ୍ୱ ପରିଚାଲଣା କରୁଛି । ବିଶେଷ କରି ମାନବ ସମ୍ବଳ ବିନିଯୋଗ ଓ କର୍ମଚାରୀମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାରେ ବିଶୃଙ୍ଖଳା ସୃଷ୍ଟି କରୁଛି । ଆହୁରି ଷ୍ଟେଟ ବ୍ୟାଙ୍କ କର୍ତ୍ତୁପକ୍ଷ ନିଜସ୍ୱ ବୀମା କାରବାର କରିବାକୁ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନଙ୍କୁ ବାଧ୍ୟ କରୁଥିବାରୁ ଗ୍ରାହକମାନେ ବିଭୀନ୍ନ ସମୟରେ ଲୁଣ୍ଟିତ ହେଉଛନ୍ତି । ତେଣୁ ସଂଘ ନିଜର ୫ ଦଫା ଦାବୀରେ ଅଟଳ ରହିଛି । ଯଦି ବାରମ୍ବାର ଧାରଣା ସତ୍ୱେ ଷ୍ଟେଟ ବ୍ୟାଙ୍କ କର୍ତ୍ତୁପକ୍ଷ କର୍ମଚାରୀମାନଙ୍କ ଦାବୀ ଉପରେ ବିଚାର ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବା ବୋଲି ବୋଲି କର୍ମଚାରୀ ସଂଘ ସାଧାରଣ ସଂପାଦକ ତଥା ଅଖିଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାଧାରଣ ସଂପାଦକ ପୁଲିନ ମିଶ୍ର ପ୍ରକାଶ କରିଛନ୍ତି ।
ଧାରଣା ପରେ ପରେ ଏକ ୫ ଦଫା ସମ୍ମିଳିତ ଦାବୀ ପତ୍ର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧ୍ୟକ୍ଷଙ୍କ ଜରିଆରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଚେୟାରମେନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା । ଏହି ଦାବୀ ପତ୍ରରେ , ମାନବ ସମ୍ବଳ ବିନିଯୋଗ ପାଇଁ ମିତ୍ର କମିଟି ଦ୍ୱାରା ସୁପାରିଶ ଏବଂ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିୟମ ମୁତାବକ ତୁରନ୍ତ କର୍ମଚାରୀମାନଙ୍କୁ ଚୟନ କରି ବ୍ୟାଙ୍କରେ ନିଯୁକ୍ତି ପ୍ରଦାନ କରିବା, କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ଋଣ ଏବଂ ଏହାର ସୁଧ ହାରକୁ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ସହ ସମାନ ହାରରେ ପରିବର୍ତ୍ତନ କରି ତୁରନ୍ତ ପ୍ରଦାନ କରିବା, ଷ୍ଟେଟ ବ୍ୟାଙ୍କରୁ ଡେପୁଟେସନରେ ଆସି ଗ୍ରାମ୍ୟ ବ୍ୟାଙ୍କ ଉପରେ ଆର୍ଥିକ ବୋଝ ଲଦୁଥିବା ଏବଂ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ପଦୋନ୍ନତିରୁ ଦୂରେଇ ରଖୁଥିବା ସମସ୍ତ ଷ୍ଟେଟ ବ୍ୟାଙ୍କ ଅଫିସରଙ୍କୁ ତୁରନ୍ତ ପ୍ରତ୍ୟାହାର କରିବା, ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସମାନୁପାତିକ ଭାବରେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଦାନ କରିବା, ଗ୍ରାମ୍ୟ ବ୍ୟାଙ୍କ ଗ୍ରାହକମାନଙ୍କୁ ଶୋଷଣ ମୁକ୍ତ କରି ଷ୍ଟେଟ ବ୍ୟାଙ୍କର ବୀମା ଏବଂ ମ୍ୟୁଚୁଆଲ ଫଣ୍ଡ ବ୍ୟବସାୟକୁ ଗ୍ରାମ୍ୟ ବ୍ୟାଙ୍କରେ ତୁରନ୍ତ ବନ୍ଦ କରିବା ଆଦି ଉଲ୍ଲେଖ ରହିଛି । ଏହି ବିକ୍ଷୋଭ ସବାରେ କର୍ମଚାରୀ ସଂଘ ସାଧାରଣ ସଂପାଦକ ତଥା ଅଖିଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଫିସର ସଂଘ ସାଧାରଣ ସଂପାଦକ ଆଶୁତୋଷ ମିଶ୍ର, ସେବା ନିବୃତ ସଂଘ ସାଧାରଣ ସଂପାଦକ ଯୁଗଲ ପଟେଲଙ୍କ ସମେତ ଶତାଧିକ କର୍ମଚାରୀ ଧାରଣାରେ ବସିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking