30.1 C
Bhubaneswar
Thursday, April 25, 2024
Homeଓଡିଶାଓପିଜିସିର ନୁଆଁ ଏମଡି ହେଲେ ପ୍ରଶାନ୍ତ କୁମାର ମହାପାତ୍ର

ଓପିଜିସିର ନୁଆଁ ଏମଡି ହେଲେ ପ୍ରଶାନ୍ତ କୁମାର ମହାପାତ୍ର

ଝାରସୁଗୁଡା : ଇବ ଥର୍ମାଲ ବନହରପାଲିସ୍ଥିତ ତାପଜ ବିଦ୍ୟୁତ  କେନ୍ଦ୍ର ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ନୂତନ ପରିଚାଳନା ନିର୍ଦ୍ଦେଶକ ହେଲେ ପ୍ରଶାନ୍ତ କୁମାର ମହାପାତ୍ର । ଓପିଜିସିରୁ ଏଇଏସ କମ୍ପାନୀ ନିଜକୁ ପ୍ରତ୍ୟାହାର କରିନେବା ପରେ ଓପିଜିସିରେ ପରିଚାଳକ ନିର୍ଦ୍ଦେଶକ ପଦବୀ ସମେତ ନିର୍ଦ୍ଦେଶକ (ଅପରେସନ) ଓ ପ୍ରୋଜେକ୍ଟ ମୁଖ୍ୟ ପଦବି ଖାଲିପଡିଥିଲା । ଏନେଇ ଓଡିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହାପରେ ଦୀର୍ଘ ଦିନରୁ ଖାଲିପଡିଥିବା ପରିଚାଳନା ନିର୍ଦ୍ଦେଶକଙ୍କ ପଦବୀରେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏଇଏସ କମ୍ପାନୀ ଓପିଜିସିରୁ ବାହରିଲା ପରେ ଶ୍ରୀ ମହାପତ୍ର ପ୍ରଥମ ବ୍ୟକ୍ତି ଭାବରେ ଓପିଜିସିର ପରିଚାଳନା ନିର୍ଦ୍ଦେଶକର ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତମାନ ଓପିଜିସି ସମ୍ପୁର୍ଣ୍ଣ ଭାବରେ ଓଡିଶା ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ,  ଓପିଜିସିରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମହାପାତ୍ର ଏନଟିପିସି କମ୍ପାନୀରେ ପ୍ରାୟ ୩୯ ବର୍ଷ କାର୍ଯ୍ୟଭାର ତୁଳାଇ ବୈଷୟିକ ନିର୍ଦ୍ଦେଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଅବସର ନେଇଥିଲେ । ସେହିପରି ସେ ଦିଲ୍ଲୀ ଏବଂ ହରିୟାଣ ସରକାରଙ୍କ ଏପିସିପିଏଲ ଏବଂ ଏନଟିପିସିର ସହାୟକ କମ୍ପାନୀ ଏନଭିଭିଏନର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ତୁଳାଇଛନ୍ତି । ଶ୍ରୀ ମହାପାତ୍ରଙ୍କ ସଫଳ ନେତୃତ୍ୱରେ ତାଲଚେର କଣିହାଁଠାରେ ଥର୍ମାଲ ପାଓର ପ୍ଲାଂଟ ପ୍ରଥମ ବଏଲର ସ୍ଥାପନା, ଛତିଶଗଡର ଲରା, ମଧ୍ୟପ୍ରଦେଶର ଖାରଗନେ ଓ ଗଦରଓାରଠାରେ ତିନୋଟି ୬୬୦ ମେଗାଓାଟ ବିଶିଷ୍ଟ ପାଓର ପ୍ଲାଂଟ ସ୍ଥାପନ ହୋଇପାରିଛି । ଶ୍ରୀ ମହାପାତ୍ର ରାଉରକେଲାସ୍ଥିତ ଆରଇସି ବର୍ତମାନର ଏନଆଇଟିରୁ ୧୯୮୦ ମସିହାରେ ମେକାନିକାଲ ଇଞ୍ଜିନିୟରିଙ୍ଗରେ ସ୍ନାତକ ହାସଲକରି ଏନଟିପିସିରେ ଏକ୍‌ଜିକ୍ୟୁଟିଭ ଟ୍ରେନି ଭାବରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking