33.1 C
Bhubaneswar
Wednesday, April 24, 2024
Homeଓଡିଶାଅପରେସନ୍ ହ୍ୱାଇଟ୍ ସ୍ପାଇଡର: ନଭେମ୍ବରରେ ୨୦ ମାମଲାରେ ୪୨ ଗିରଫ

ଅପରେସନ୍ ହ୍ୱାଇଟ୍ ସ୍ପାଇଡର: ନଭେମ୍ବରରେ ୨୦ ମାମଲାରେ ୪୨ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ନିଶା କାରବାର ବିରୋଧରେ ବିଭିନ୍ନ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ୱତନ୍ତ୍ର ରୂପେ ଗଠିତ ଅପରେସନ ହ୍ୱାଇଟ ସ୍ପାଇଡର, ପିଓପିଡି ଏବଂ ଟିମ୍‌-୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଚଳିତ ବର୍ଷ ନଭେମ୍ୱର ମାସ ତା.୦୧.୧୧.୨୦୨୨ ରିଖରୁ ତା.୩୦.୧୧.୨୦୨୨ ରିଖ ମଧ୍ୟରେ ୧୯ଟି ମାମଲାରେ ମୋଟ ୩୯ଜଣ ନିଶା ବ୍ୟବସାୟୀଙ୍କୁ ଧରି ସେମାନଙ୍କ ନିକଟରୁ ସର୍ବମୋଟ୍ ୩୦୭ଗ୍ରାମ ୪ମିଲିଗ୍ରାମ ଓଜନର ବ୍ରାଉନ ସୁଗାର ଓ ନିଶା ଦ୍ରବ୍ୟ ବିକ୍ରୟରୁ ଆୟ କରିଥିବା ମୋଟ ୨୧,୭୦୦/-ଟଙ୍କା ଜବତ କରାଯାଇଥିବା ବେଳେ, ଗୋଟିଏ ରିଭଲଭର (ବନ୍ଧୁକ) ମଧ୍ୟ ଜବତ କରାଯାଇପାରିଛି । ଏହି ପରିପ୍ରେକ୍ଷୀରେ ୧୭ଟି ମୋବାଇଲ ଫୋନ ଏବଂ ୧୨ଟି ଦୁଇ/ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇପାରିଛି । ସେହିଭଳି ଭାବେ ଚଳିତ ବର୍ଷ ନଭେମ୍ୱର ମାସ ୧ତାରିଖରୁ ୩୦ତାରିଖ ମଧ୍ୟରେ ୧ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମାମଲାରେ ଜଡିତ ୦୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୪୨କେଜି ଓଜନର ଗଞ୍ଜେଇ, ଗୋଟିଏ ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇପାରିଛି ।
ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଥିବା ବିଭିନ୍ନ ଥାନାରେ ଗତ ତା.୦୧.୦୧.୨୦୨୨ ରିଖରୁ ତା.୩୦.୧୧.୨୦୨୨ ରିଖ ୧୧ ମାସ ମଧ୍ୟରେ ୮୨ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ମାମଲା ରୁଜୁ ହୋଇ ୧୫୪ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୨କେଜି ୩୫୪ଗ୍ରାମ ଓଜନର ବ୍ରାଉନସୁଗାର, ବିକ୍ରି ଜନିତ ଆୟ ୭,୪୬ ,୮୫୦/-ଟଙ୍କା, ୩୧୦ଗ୍ରାମ ଓଜନର ସୁନା ଗହଣା, ୪୫୦ଗ୍ରାମ ଓଜନର ରୂପା ଗହଣା, ୩୪ଟି ଦୁଇ/ଚାରି ଚକିଆ ଯାନ ଏବଂ ୬୭ଟି ମୋବାଇଲ ଫୋନ ଓ ଗୋଟିଏ ଲ୍ୟାପଟପ ଜବତ କରାଯାଇପାରିଛି । ସେହିପରି ଗତ ୧୧ମାସ ମଧ୍ୟରେ ୪୧ଟି ବେଆଇନ ଗଞ୍ଜେଇ ବିକ୍ରି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୮୩ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ଏବଂ ସେମାନଙ୍କ ନିକଟରୁ ୧୨କୁଇଣ୍ଟାଲ ୦୨କେଜି ୭୪୬ଗ୍ରାମ ଓଜନର ଗଞ୍ଜେଇ, ୩୨,୧୧୦ଟଙ୍କା, ୧୯ଟି ଦୁଇ/ଚାରି ଚକିଆ ଯାନ, ୨୯ଟି ମୋବାଇଲ ଫୋନ ଏବଂ ଗୋଟିଏ ବନ୍ଧୁକ ସହିତ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking