30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସ୍କୁଲ ଫି’ ମାମଲା ୨୨କୁ ଓ ମନ୍ଦିର ଖୋଲିବା ମାମଲା ୨୫କୁ ଘୁଞ୍ଚିଲା 

ସ୍କୁଲ ଫି’ ମାମଲା ୨୨କୁ ଓ ମନ୍ଦିର ଖୋଲିବା ମାମଲା ୨୫କୁ ଘୁଞ୍ଚିଲା 

ଭୁବନେଶ୍ୱର : ହାଇକୋର୍ଟରେ ମନ୍ଦିର ଖୋଲାଯିବା ପ୍ରସଙ୍ଗର ଚାଲିଛି ଶୁଣାଣି । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କ ଦିଆଯାଇଛି ନିର୍ଦ୍ଦେଶ । ସମସ୍ତ ପକ୍ଷକୁ ଜବାବ ରଖିବାକୁ ନୋଟିସ୍ କଲେ ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ଉତ୍ତର ରଖିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
ଅନ୍ୟପଟେ ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ଛାଡ ମାମଲାର ଶୁଣାଣିରେ ମଧ୍ୟସ୍ଥତା କମିଟି ଦେଇଥିବା ରିପାର୍ଟ ଦାଖଲ ହୋଇପାରିଲା ନାହିଁ ।ଆପୋସ ଆଲୋଚନା କରି ଫି’ ନିର୍ଦ୍ଧାରଣ କରିବାକୁ କହିଥିଲେ ହାଇକୋର୍ଟ ।ଆଲୋଚନାର ନିର୍ଯ୍ୟାସ କୋର୍ଟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ରିପୋର୍ଟ ଦାଖଲ କରିବାକୁ ଥିବା ବ୍ୟକ୍ତି କୋଭିଡ ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking