30.1 C
Bhubaneswar
Wednesday, April 24, 2024
Homeଓଡିଶାରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ୩ ଦିନ ପାଇଁ ବନ୍ଦ

ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗ ଆଉ ୩ ଦିନ ପାଇଁ ବନ୍ଦ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ବହିର୍ବିଭାଗକୁ ଆଉ ୩ ଦିନ ପାଇଁ ବନ୍ଦ କରାଯାଇଛି। ଏନେଇ ରେଢ଼ାଖୋଲ ଉପଜିଲ୍ଲାପାଳ ଦୋଳାମଣି ପଟେଲ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୨ ଦିନରେ ରେଢ଼ାଖୋଲ ଏନଏସିରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି। ଏଥିଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହାଛଡ଼ା କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ପରେ ବହିର୍ବିଭାଗ ଆଉ ୩ ଦିନ ପାଇଁ ବନ୍ଦ ନିର୍ଦେଶ ଦିଆଯାଇଛି। ଏହି ସମୟରେ କେବଳ ଜରୁରୀ ଚିକିତ୍ସା ଜାରି ରହିବ। ତେବେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଏହି ସମୟରେ ରୋଗୀମାନଙ୍କୁ ନିହାତି ଆବଶ୍ୟକ ନ ଥିଲେ ଡାକ୍ତରଖାନାକୁ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking