27.1 C
Bhubaneswar
Thursday, April 25, 2024
Homeଓଡିଶାଚାଷୀ ଓ ଶ୍ରମିକଙ୍କ ପାଇଁ ସରକାରଙ୍କୁ ନିରଞ୍ଜନଙ୍କ ନିବେଦନ

ଚାଷୀ ଓ ଶ୍ରମିକଙ୍କ ପାଇଁ ସରକାରଙ୍କୁ ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ୱର  – ୧୯୧୯ ମସିହାରେ ଅର୍ନ୍ତରାଷ୍ଟ୍ରୀୟ ଦେଶମାନେ ନିଷ୍ପତି କରିଥିଲେ ଯେ ଶ୍ରମିକମାନଙ୍କ
କାର୍ଯ୍ୟ ଦୈନିକ ୮ ଘଂଟା ରହିବ । ଏହି ନିୟମକୁ ପ୍ରଥମଥର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର
ଭାଙ୍ଗିଥିଲେ ଏହାକୁ ୧୨ ଘଂଟା କରିଥିଲେ । ଆଜି ଆମ ଦେଶରେ ମଧ୍ୟ ସେହି ହିଟଲରଙ୍କ ପଦାଙ୍କ ଅନୁସରଣ
କରିବା ଆରମ୍ଭ କଲେଣି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସ୍ ବାର୍ତା ମାଧ୍ୟମରେ
କହିଛନ୍ତି । ଏବେ ଆମ ଦେଶରେ କୁହାଗଲାଣି ଯେ ଶ୍ରମିକମାନେ ୧୨ ଘଂଟା କାମ କରିବେ ଓ ମଝିରେ ୩୦
ମିନିଟ୍ ବିଶ୍ରାମ ରହିବ । ତା’ମାନେ ଜଣେ ଶ୍ରମିକ କର୍ମକ୍ଷେତ୍ରରେ ପ୍ରାୟ ୧୩ ଘଂଟା ରହିବ । ଏହା ସମ୍ଭବ କି ବୋଲି
ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହା ଅମାନୁଷିକ କାର୍ଯ୍ୟ । ଏଥିପାଇଁ ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ
ଏହାକୁ ପ୍ରଥମେ ପ୍ରଚଳନ କଲେ ଓ ଏବେ ଓଡିଶା ଏହାକୁ ଅନୁସରଣ କରୁଛି । ଏହା ଶ୍ରମିକମାରଣ ନୀତି ବୋଲି ସେ
କହିଛନ୍ତି । ଆମ ଦେଶ ଓ ରାଜ୍ୟରେ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ବହୁତ ଅଧିକ ବୋଲି ସରକାର ମଧ୍ୟ ସ୍ୱୀକାର
କରିଛନ୍ତି । ଏଣୁ ଜଣେ ଶ୍ରମିକ କ’ଣ ୧୩ ଘଂଟା କାଳ ପରିଶ୍ରମ କରିବ, ଏହା କ’ଣ ସମ୍ଭବ! ବର୍ତମାନର ସ୍ଥିତିକୁ
ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ, ଛୋଟ ଚାଷୀ, ମଧ୍ୟବିତ ପରିବାରର ଚାଷୀ ଓ ଭାଗଚାଷୀଙ୍କୁ ସିଧାସଳଖ ଟଙ୍କା
ଦେବାର ବ୍ୟବସ୍ଥା କରାଯାଉ । ତା ନହେଲେ ଆମ ଦେଶରେ ଓ ରାଜ୍ୟରେ ଥିବା କୋଟି କୋଟି ଲୋକ ବିଭିନ୍ନ
ସମସ୍ୟାର ସମ୍ମୁଖିନ ହେବେ । ଆଜି ମଧ୍ୟ ଦେଖାଗଲାଣି ଶ୍ରମିକମାନେ କିଭଳି ଭାବରେ ଆତ୍ମହତ୍ୟା କଲେଣି, କିଭଳି
ଭାବେ ରାସ୍ତାରେ ଚାଲି ଚାଲି ମୃତ୍ୟୁବରଣ କଲେଣି, ପୋଲିସ ମାଡରେ ମଧ୍ୟ ମୃତ୍ୟୁବରଣ କଲେଣି । ଯଦି ପ୍ରକୃତରେ
ଦେଶର ଓ ରାଜ୍ୟର ଶ୍ରମିକମାନଙ୍କୁ ବଂଚାଇବାର ଅଛି ତେବେ ସରକାରଙ୍କୁ ନିବେଦନ ଯେ ସରକାର ସିଧାସଳଖ
ଶ୍ରମିକମାନଙ୍କୁ ଅର୍ଥ ଦେବାର ବ୍ୟବସ୍ଥା କରନ୍ତୁ । ନଚେତ୍ ପରବର୍ତୀ ସମୟରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି
ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking