31.1 C
Bhubaneswar
Tuesday, April 23, 2024
Homeଓଡିଶାନିଉଡ୍ କଲ୍ ପାଇଁ ୨୫ ଲକ୍ଷ ସ୍ବାହା

ନିଉଡ୍ କଲ୍ ପାଇଁ ୨୫ ଲକ୍ଷ ସ୍ବାହା

ଭୁବନେଶ୍ୱର : ନିଉଡ଼ କଲକୁ ସାବଧାନ। ନିଉଡ଼ କଲର ଶିକାର ହେଲେ ବିଏସଏନଏଲ ଇଂଜିନିୟର । ନଗ୍ନ ନାୟିକାଙ୍କ ନଗ୍ନ ଭିଡ଼ିଓ କଲ ଜାଲରେ ଫସି ଇଂଜିନିୟର ଆକାଉଣ୍ଟରୁ ୨୫ ଲକ୍ଷ କଟିଯାଇଛି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଇଞ୍ଜିନିୟର । ଖବର ଅନୁଯାୟୀ. ପ୍ରଥମେ ଓ୍ୱାଟସପରେ ହାଏ ମେସେଜ ପଠେଇଥିଲେ ନଗ୍ନ ନାୟିକା । ପରେ ଓ୍ୱାଟସପକୁ ନିଉଡ଼ ଭିଡ଼ିଓ କଲ କରି ଇଂଜିନିୟରଙ୍କୁ ଟ୍ରାପ କରିଥିଲେ ଯୁବତୀ । ଟ୍ରାପର ଗୋଟିଏ ଦିନ ପରେ ନକଲି ସିବିଆଇ ଅଫିସରର ପରିଚୟ ଦେଇ ନିଉଡ଼ ଭିଡ଼ିଓ ପାଇଁ ବ୍ଲକମେଲିଙ୍ଗ କରିବା ଆରମ୍ଭ କରିଥିଲେ । ପରେ ଏହି ଭୟରେ ପର୍ଯ୍ୟାୟ କ୍ରମେ ଇଂଜିନିୟର ଜଣଙ୍କଠୁ ୨୫ ଲକ୍ଷ ଚୁନା ଲଗାଇଛନ୍ତି ଏହି ନଗ୍ନ ନାୟିକା । ଠକେଇ ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଏସଏନଏଲ ଇଂଜିନିୟର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking