29.1 C
Bhubaneswar
Wednesday, April 24, 2024
Homeଓଡିଶାରାକ୍ଷୀ ପୂର୍ଣ୍ଣମୀ : ଚଳିତ ବର୍ଷ ଡିମାଣ୍ଡରେ ଡିଜିଟାଲ ରାକ୍ଷୀ

ରାକ୍ଷୀ ପୂର୍ଣ୍ଣମୀ : ଚଳିତ ବର୍ଷ ଡିମାଣ୍ଡରେ ଡିଜିଟାଲ ରାକ୍ଷୀ

ଭୁବନେଶ୍ୱର: ଆମ ସଂସ୍କୃତି ପରମ୍ପରା ଅନୁଯାୟୀ ଭାଇକୁ ଭଉଣୀ ପ୍ରତିବର୍ଷ ରାକ୍ଷୀ ପିନ୍ଧେଇଥାଏ। ରାକ୍ଷୀ ଯେ କେବଳ ସୂତା ବୋଲି ମାନି ହେବନି, ଏହା ହେଉଛି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପରିଚୟ। ତେବେ ଚଳିତ ବର୍ଷ ଅଗଷ୍ଟ ମାସ ୩ ତାରିଖରେ ଭାରତ ବର୍ଷରେ ପାଳିତ ହେବ ପବିତ୍ର ରାକ୍ଷୀ ପୂର୍ଣ୍ଣମୀ। ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ର ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ଏହି ପବିତ୍ର ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଆଉ ଭାଇ ଭଉଣୀର ସୁରକ୍ଷା ପାଇଁ ପ୍ରତିଶୃତି ବଦ୍ଧ ହୋଇଥାଏ।
ଶ୍ରୀମନ୍ଦିରରେ ମଧ୍ୟ କାଳିଆ ସାଆନ୍ତ ଏବଂ ବଡ ଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା। ଗୋପାଳବଲ୍ଳଭ ନୀତିପରେ ପାଟରା ସେବାୟତଙ୍କ ପ୍ରସ୍ତୁତ ଚାରରୋଟି ପାଟ ରାକ୍ଷୀ ଏବଂ ଗୁଆମାଳକୁ ଶ୍ରୀ ମନ୍ଦିରକୁ ଅଣାଯିବ। ଦ୍ୱିପ୍ରହରର ଧୂପବେଶରେ ଦୁଇଭାଇଙ୍କୁ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା। ଅନ୍ୟପଟେ ମଧ୍ୟାହ୍ନ ଧୂପପରେ ଭୂଦେବୀ ଏବଂ ଶ୍ରୀ ଦେବୀଙ୍କୁ ଝୁଲଣ ମଣ୍ଡପକୁ ବିଜେ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ବିମାନଙ୍କୁ ବିଜେ କରିବେ। ଏହାପରେ ମାର୍କେଣ୍ଡୀୟ ପୁଷ୍ପରଣୀରେ ଗମ୍ଭାବେଦୀ ଉପରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।
ଜଟଣୀ ରାକ୍ଷୀ କୁ କରୋନା ମାଡ଼:
ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମାରେ ଜଟଣୀ ରାକ୍ଷୀର ବେଶ୍ ଚାହିଦା ରହିଥାଏ। ବ୍ୟବସାୟୀମାନେ ରାକ୍ଷୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥା’ନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ଦୋକାନ ବଜାର ବନ୍ଦ ଥିବାରୁ ରାକ୍ଷୀ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି।
 
ଜଟଣୀର ରାକ୍ଷୀ ବ୍ୟବସାୟୀମାନେ ରାକ୍ଷୀ ବିକ୍ରି କରି ନିଜ ପରିବାରକୁ ଚଳାଇବା ସହିତ ଆଉ ୭-୮ଜଣଙ୍କୁ ରୋଜଗାର ଯୋଗାଉଥିଲେ। ମାତ୍ର ଚଳିତବର୍ଷ କୋରନା ମାଡ଼ରେ ସବୁକିଛି ବର୍ବାଦ ହୋଇଯାଇଛି। ଜଟଣୀ ରାକ୍ଷୀ ଗୋଦାମରେ ଗଦା ଗଦା ହୋଇ ଭଳିକି ଭଳି ରକ୍ଷୀ ତିଆରି ଚାଲିଛି। କିନ୍ତୁ କରୋନା କଟକଣା ଯୋଗୁଁ ବ୍ୟବସାୟ ହେବ କି ନା ନାହିଁ  ସେନେଇ ଅନିଶ୍ଚିତତା ଦେଖାଦେଇଛି। ଏହାକୁ ନେଇ ଜଟଣୀ ହୋଲସେଲର ବ୍ୟବସୟୀମାନେ ଚିନ୍ତାରେ ପଡ଼ିଛନ୍ତି।ରାକ୍ଷୀପୂର୍ଣ୍ଣିମା ପାଖେଇ ଆସୁଥିବା ବେଳେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ କିପରି ରାକ୍ଷୀ ବାନ୍ଧିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେହି କେହି ଅନ୍‌ଲାଇନ୍‌ରୁ ରାକ୍ଷୀ କିଣୁଥିବା ବେଳେ ଆଉ କେହି ଘରେ ରାକ୍ଷୀ ତିଆରି କରିବାକୁ ବାଧ୍ୟ ହେଉଛନ୍ତି।
ଅନଲାଇନ ରାକ୍ଷୀ :
ଇଣ୍ଟରନେଟର ବହୁଳ ପ୍ରସାର ଯୋଗୁ ଦୂର ସ୍ଥାନରେ ରହୁଥିବା ଭାଇ ହାତରେ ରାକ୍ଷୀ ବାନ୍ଧିବା ଭଉଣୀମାନଙ୍କ ପାଇଁ ସହଜ ହୋଇପାରିଛି ।ସଠିକ ଦିନ ଓ ଠିକଣାରେ ରାକ୍ଷୀ ପହଞ୍ଚାଇବା ଲାଗି ରାକ୍ଷୀ ପୂର୍ଣ୍ଣିମାର ଢେର ଦିନ ଆଗରୁ ଡାକ ଯୋଗେ ରାକ୍ଷୀ ପଠାଯାଉଥିଲା ।
ଏହାଛଡା କୋରିଅରରେ ରାକ୍ଷୀ ପଠାଇବା ଲାଗି ସ୍ପେଶାଲ ରାକ୍ଷୀ ପ୍ୟାକେଟ ମଧ୍ୟ ବଜାରରେ ମିଳୁଛି ଫଳରେ ଯେ କୌଣସି ସ୍ଥାନକୁ ରାକ୍ଷୀ ପଠାଇବା ଆଉ ସମସ୍ୟା ହୋଇ ରହିନାହିଁ ।ଇଣ୍ଟରନେଟର ବିଭିନ୍ନ ୱେବସାଇଟ ମାଧ୍ୟମରେ ରାକ୍ଷୀ ବୁକିଂ କରି ଭାଇ ରହୁଥିବା ଠିକଣାରେ ପଠାଇଦେଲେ ତାହା ନିର୍ଦ୍ଧାରିତ ଦିନ ପୂର୍ବରୁ ସହଜରେ ପହଞ୍ଚି ପାରୁଛି ।
ଏଥିରେ ଏକ ଛୋଟ ପିତ୍ତଳ ଥାଳି ସହିତ ଗୋଟିଏ ପର୍ଲ ରାକ୍ଷୀ, ଅରୁଆ ଚାଉଳ, କାଜୁ, କିସମିସ, ଚନ୍ଦନ, ଧାଗା ରହିଛି ।ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି ଏହା ବିଭିନ୍ନ ଡିଜାଇନରେ ମିଳୁଥିବା ବେଳେ ଏହି ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।
ଭାଇର ହାତରେ ରାକ୍ଷୀ ବାନ୍ଧି ଭଉଣୀ ତାର ମଙ୍ଗଳ କାମନା କରିଥାଏ । ସେହିପରି ଭାଇ ମଧ୍ୟ ଭଉଣୀର ସୁରକ୍ଷା ଲାଗି ପ୍ରତିଶୃତି ବଦ୍ଧ ହୋଇଥାଏ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking