30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିଠୁ ଆରମ୍ଭ +୨ ଅନ୍‌ଲାଇନ୍ ଖାତାଦେଖା

ଆଜିଠୁ ଆରମ୍ଭ +୨ ଅନ୍‌ଲାଇନ୍ ଖାତାଦେଖା

ଭୁବନେଶ୍ୱର : ଆଜିଠୁ ଆରମ୍ଭ +୨ ଅନ୍‌ଲାଇନ୍ ଖାତାଦେଖା । ରାଜ୍ୟର ୩୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବାକୁ ନେଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି । ଦୁଇଟି ପର୍ଯ୍ୟାୟ ଓ ଦୁଇଟି ସିପ୍ଟରେ ହେବ ଖାତା ଦେଖା । ସକାଳ ୭.୩୦ରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ହେବ ପ୍ରଥମ ସିପ୍ଟ ଓ ୧.୩୦ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିପ୍ଟ ଖାତା ଦେଖା ହେବ । ଏହା କେବଳ ଅନ୍‌ଲାଇନ୍‌ରେ ହେବ । ପରବର୍ତ୍ତୀ ପର୍ଯ୍ୟାରେ ଅଫ୍‌ଲାଇନ୍ ଖାତା ଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ ନେଇ ଖାତା ଦେଖା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।
https://onakhabar.com/2020/06/01/unlucky-1-0-from-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking