29.1 C
Bhubaneswar
Wednesday, April 24, 2024
Homeଓଡିଶାଅନଲାଇନ ବ୍ୟବସାୟ ଆଳରେ ଅଭିନବ ଠକେଇ

ଅନଲାଇନ ବ୍ୟବସାୟ ଆଳରେ ଅଭିନବ ଠକେଇ

ଧର୍ମଗଡ଼ : ଅନଲାଇ ବ୍ୟବସାୟ ଆଳରେ ଅଭିନବ ଠକେଇ। ଗ୍ରାମାଞ୍ଚଳ ଲୋକଙ୍କ ର ସରଲତା ଓ ସଚେତନତା ଅଭାବ ଯୋଗୁ ସକ୍ରିୟ ହୋଈ ଉଠନ୍ତି ଠକ ମାଫିଆ ମାନେ। ସେମାନଙ୍କର ସରଲତାର ସୁଯୋଗ ନେଇ ଲୁଟି ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ର ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାବଣଗୁଡା ଗ୍ରମରେ। ସୁଚନା ଅନୁସାରେ ଏହି ଗାଁ ରେ ଗତ ଡିସେମ୍ବର ମାସରେ ଗଣପତି ସ୍ପନ୍ଦନା ଅନଲାଇନ ନାମକ ସଂସ୍ଥା ନାମରେ ଏକ କାର୍ଯାଳୟ ଖୋଲାଯାଇ ଥିଲା। ଏବଂ 12ଜଣ ମେମ୍ବର କୁ ନେଇ ଏକ କମିଟି ଗଠନ କରି ଲେଣ ଦେଣ ର ଦାୟିତ୍ବ ବି ଦିଆଯାଇ ଥିଲା। ପ୍ରଥମେ ଲୋକଙ୍କ ଠାରୁ 100ଟଙ୍କାନେଈ ତାଙ୍କ ନାଁରେ ପାସବୁକ ଖୋଲାଯାଈ ଥିଲା। ଏବଂ ପ୍ରତ୍ୟେକ ମେମ୍ବର କୁ ସପ୍ତାହ କୁ ଥରେ 20ଟଙ୍କାଦରରେ ଚିନି ଓ 60ଟଙ୍କା ଦରରେ ତେଲ ଦିଆଯାଇ ଆକର୍ଷିତ କରାଯାଉଥିଲା। ଏହାପରେ ଉକ୍ତ ସଂସ୍ଥା ରପାସବୁକ ରେ ଟଙ୍କା ଜମାକଲେ ଅଳ୍ପ ଦିନରେ ଟଙ୍କାରାଶି ଦ୍ବିଗୁଣିତ ହେବାର ପ୍ରଲୋଭନ ଦେଖାଇ ଥିଲେ।ଏହି ପ୍ରଲୋଭନର ଶିକାର ହୋଇ ଧଁଅରପୁର ଗାଁ ରୁ ୩ଜଣ ୨୫ହଜାର, ବେହେରାଗୁଡା ଗାଁ ରୁ୨୫ଜଣ ୧ଲକ୍ଷ ୪୦ହଜାର, ସାଗବାହାଲି ଗାଁ ର ୨ଜଣ ୨୫ହଜାର, ଛଞ୍ଚାଣବାହାଲି ଗାଁ ର ୩ଜଣ ୪୫ହଜାର ଓ ଆମ୍ବଗୁଡା, ଭାଲୁଚୁଁଆ, କାଣ୍ଡପଡା ଗ୍ରାମରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୁଏ। ଏପରିକି କମ୍ପାନୀ ଠାରୁ ଗାଡି ମଟର ଫାଈନାନ୍ସ ଦିଆଯିବା ଲୋଭ ମଧ୍ୟ ଦେଖାଇ ଥିଲେ। ଗୃପର ସଦସ୍ୟ ମାନଙ୍କ କହିବା ଅନୁସାରେ ଏହି ଟଙ୍କା କାରବାର ଦାୟିତ୍ବ କମ୍ପାନୀ ର ଏଜେଣ୍ଟ ବୋଲାଉଥିବା ଛତିଶଗଡ ଦେଭୋଗ ଅଞ୍ଚଳର ପ୍ରେମଳାଳ ଯାଦବ ବୁଝିଥିଲେ। ବର୍ତମାନ ଲୋକେ ନିଜ ଟଙ୍କା ଫେରସ୍ତ ପାଇଁ କମିଟୀ ଉପରକୁ ଚାପ ପକାଉ ଥିବାବେଲେ ଏଜେଣ୍ଟ ଫେରାର ଥିବା ଓ କମିଟି ସଦସ୍ୟ ମାନେ ଲୁଚି ବୁଲୁଥିବା ଅଭିଯୋଗ କାରି ମାନେ ପ୍ରକାଶ କରନ୍ତି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏହି ଠକେଇ ମାମଲାରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।
-ଧର୍ମଗଡ଼ ରୁ ସଭାରାମ ନାଏକ ଙ୍କ ରିପୋର୍ଟ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking