34.1 C
Bhubaneswar
Thursday, April 25, 2024
Homeଓଡିଶାଡବଲ ସେଞ୍ଚୁରୀ ମାରିଲା ପିଆଜ, ଓଡ଼ିଶାରେ ୧୬୦

ଡବଲ ସେଞ୍ଚୁରୀ ମାରିଲା ପିଆଜ, ଓଡ଼ିଶାରେ ୧୬୦

ବେଙ୍ଗାଲୁରୁ: ଆଜି ଡବଲ ସେଞ୍ଚୁରୀ ମାରିଛି ପିଆଜ। ଆଜି ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ବେଙ୍ଗାଲୁରୁର କୃଷି ବ୍ୟବସାୟିକ ଅଧିକାରୀ ସିଦ୍ଦଗଙ୍ଗିଆ କହିଛନ୍ତି। ଅମଳ ସମୟରେ ବର୍ଷା ହେବାରୁ ପିଆଜ ଚାଷ ନଷ୍ଟ ହୋଇଯାଇଛି। ଫଳରେ ନୂଆ ଅମଳ ବଜାରକୁ ଆସିପାରି ନାହିଁ। ପୁରୁଣା ପିଆଜ ଶେଷ ହୋଇଆସୁଥିବାରୁ ବଜାରରେ ପିଆଜ ଉଭାନ ହୋଇଯାଇଛି। ଯାହା ବି ଅଛି ତାହା ଚଢ଼ା ଦରରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।
ଓଡ଼ିଶାରେ ମଧ୍ୟ ପିଆଜି କିଲୋ ୧୬୦ ଟଙ୍କା ପହଁଚି ସାରିଛି। ରାତି ପାହିଲେ ଦର ବଢ଼ୁଥିବାରୁ ଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ପିଆଜ ଦର ୨୦୦ ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଥିବାରୁ ଦର ବୃଦ୍ଧି ହେଉଛି ବୋଲି ସୂଚନା ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ମଧ୍ୟ ହନ୍ତସନ୍ତ ହେଉଛନ୍ତି। ନିକଟରେ ଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପିଆଜ ଦର ବୃଦ୍ଧିକୁ ନେଇ ବୈଠକ କରିଥିଲେ। ପିଆଜ ସଙ୍କଟ ଏଡାଇବାକୁ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ପିଆଜ ଆମଦାନୀ କରିବେ ବୋଲି ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking