31.1 C
Bhubaneswar
Friday, March 29, 2024
Homeଓଡିଶାଆଉ ଆକାଶ ଛୁଆଁ ଦର

ଆଉ ଆକାଶ ଛୁଆଁ ଦର

ଭୁବନେଶ୍ୱର: ଆଉ ଆକାଶ ଛୁଆଁ ଦର, ପୁଣି ଥରେ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ସରକାରଙ୍କ ପିଆଜ ଦାମ ନିୟନ୍ତ୍ରଣ କରିବାରେ ପୁରା ଫେଲ ମାରିଛନ୍ତି । ଆଉ ପିଆଜ ବିଦେଶରୁ ଆଣିବା କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ପିଆଜ ଦର ପ୍ରାୟ ଦୁଇ ମାସ ଭିତରେ ୫ଗୁଣା ଉପରେ ହେଲାଣି । ପିଆଜ ଦାମ କିଲୋ ପିଛା ୧୫୦ ଟଙ୍କା ଛୁଇଁଲାଣି । ସେପଟେ ବଜାରକୁ ପର୍ଯ୍ୟାପ୍ତ ପରିମାଣରେ ପିଆଜ ଆସୁନାହିଁ ଓ ଏହି ଦର ନିୟନ୍ତ୍ରଣ ହେବା ପାଇଁ ତଥାପି ଆହୁରି ମାସେରୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ।
ସରକାରଙ୍କ ପିଆଜ ମିଶନକୁ ବଡ ଉପହାସ । ସେଞ୍ଚୁରୀ ଟପିଲାଣି ପିଆଜ । ପିଆଜ ନାଁ ଶୁଣିଲେ ଡର ଆସୁଛି । ପିଆଜ ଭାଉ ୧୫୦ ଟଙ୍କା ଉପରେ ପହଞ୍ଚିଲାଣି । ଆଉ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଯୋଗାଣ ବିଭାଗ । ରଷେଇ ଘରେ ବି ପିଆଜ ଉଭାନ ହେଲାଣି । ସରକାରଙ୍କ ପିଆଜ ନିୟନ୍ତ୍ରଣ କରିବାରେ ପୁରା ବିଫଳ ହୋଇଛନ୍ତି । ସମବାୟ ଯୋଗାଣ ମନ୍ତ୍ରୀ ସଫେଇ ଦେଉଛନ୍ତି ପ୍ରଥମେ ଇଜପିଟ ଓ ତର୍କିରୁ ପିଆଜ ଅଣାଯିବ । ବଜାରରେ ପିଆଜ ଦାମ ନିୟନ୍ତ୍ରଣ ପାଇଁ ସରକାରଙ୍କ ଖୁଚୁରା ପାଇକାରୀ ଦୋକାନ ବି ଖୋଲୁନାହିଁ କି ଲୋକଙ୍କୁ ପିଆଜ ଯୋଗାଇବାରେ ବିଫଳ ହୋଇଛନ୍ତି । ଆଉ ରାଜ୍ୟର ସବୁଠାରୁ ବଡ ପନିପରିବା ମଣ୍ଡି ଛତ୍ରବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି । ସେପଟେ ପିଆଜ ଗୋଦାମରୁ ପର୍ଯ୍ୟାପ୍ତ ମାଲ ମିଳୁ ନ ଥିବାରୁ ଚିନ୍ତାରେ ଖୁଚୁରା ବ୍ୟବସାୟୀ । କେବଳ ସାଧାରଣ ଖାଉଟି ନୁହନ୍ତି ଖୁଚୁରା ବ୍ୟବସାୟଙ୍କୁ ମଧ୍ୟ ପିଆଜ ଦର ପ୍ରଭାବିତ କରିଛି ।
ପିଆଜ ଆମଦାନୀ ପାଇଁ ମହାରାଷ୍ଟ୍ରର ନାସିକ୍‌ ଉପରେ ନିର୍ଭର କରିଥାଏ ଓଡ଼ିଶା । ତେବେ ସେଠାରେ ବନ୍ୟା ଯୋଗୁଁ ପିଆଜ ନଷ୍ଟ ହୋଇଯାଇଛି । ସେପଟେ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରୁ ବାହାରୁଥିବା ପିଆଜ ମଧ୍ୟ ବର୍ଷା ଓ ବନ୍ୟା ପାଇଁ ନଷ୍ଟ ହୋଇଯାଇଛି । କଟକର ଛତ୍ରବଜାରକୁ ପ୍ରତ୍ୟେକ ଦିନ ପ୍ରାୟ ୭/୮ ଗାଡି ପିଆଜ ଆବଶ୍ୟକ ଥିବା ବେଳେ ଏବେ ଆସୁଛି ମାତ୍ର ଗୋଟିଏ ଗାଡି । ରାଜ୍ୟ ସରକାରଙ୍କ ପିଆଜ ଆମଦାନୀ ପାଇଁ ଇଜପିଟରୁ ଆଣାଯିବ ଓ ଖାଉଟିଙ୍କୁ ପାଇକାରୀ ମୁଲ୍ୟରେ ଯୋଗାଇ ଦିଆଯିବ କହିଛନ୍ତି ସମବାୟ ଓ ଯୋଗାଣ ମନ୍ତ୍ରୀ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking