19.1 C
Bhubaneswar
Tuesday, January 25, 2022
Homeଦେଶ ବିଦେଶ୫୦ ମେଗାପିକ୍ସଲ କ୍ୟାମେରା ସହ ୱାନପ୍ଲସ ୯ଆରଟି ଭାରତରେ ଲଞ୍ଚ

୫୦ ମେଗାପିକ୍ସଲ କ୍ୟାମେରା ସହ ୱାନପ୍ଲସ ୯ଆରଟି ଭାରତରେ ଲଞ୍ଚ

ନୂଆଦିଲ୍ଲୀ: ୱାନପ୍ଲସ ୯ଆରଟି ସ୍ମାର୍ଟଫୋନ ଭାରତରେ ଲଂଚ ହୋଇସାରିଛି । ଶୁକ୍ରବାର କମ୍ପାନୀର ୱିଣ୍ଟର ଏଡିଶନ ଲଂଚ ଇଭେଣ୍ଟରେ ଏହାକୁ ଲଂଚ କରାଯାଇଛି । ୱାନପ୍ଲସ ୯ଆରଟିରେ କ୍ୱାଲକମ ସ୍ନାପଡ୍ରାଗନ ୮୮୮ ପ୍ରୋସେସରର ଶକ୍ତି ରହିଛି । ଫୋନରେ ୫୦  ମେଗାପିକ୍ସଲ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଭାରତରେ ୱାନପ୍ଲସ ୯ଆରଟିର ମୂଲ୍ୟ ୮ଜିବି ପ୍ଲସ ୧୨୮ ଜିବି ଷ୍ଟୋରେଜ ମଡେଲ ପାଇଁ ୪୨୯୯୯ ଟଙ୍କା ରହିଛି । ଏହାର ୧୨ଜିବି ପ୍ଲସ ୨୫୬ଜିବି  ଷ୍ଟୋରେଜ ଭାରିଏଣ୍ଟ ୪୬୯୯୯ ଟଙ୍କା ରହିଛି । କମ୍ପାନୀ ଭାରତରେ ୮ଜିବି ପ୍ଲସ ୨୫୬ ଜିବି ଷ୍ଟୋରେଜ ଅପ୍ସନ ଅଫର କରିନାହିଁ  ା ୱାନପ୍ଲସ ୯ଆରଟି  ହ୍ୟାକର ବ୍ଲାକ ଓ ନାନୋ ସିଲଭର କଲର ଅପ୍ସନରେ ଉପଲବ୍ଧ । ଏହାକୁ କମ୍ପାନୀର ଅଫିସିଆଲ ୱେବସାଇଟ, ରିଟେଲ ଷ୍ଟୋର ଓ ଆମାଜନରୁ କିଣାଯାଇପାରିବ । ତେବେ ଏହି ସ୍ମାର୍ଟଫୋନକୁ ଆମାଜନରେ ଗ୍ରେଟ ଇଣ୍ଡିଆ ରିପବ୍ଲିକ ଡେ ସେଲ ମଧ୍ୟରେ ୧୭ ଜାନୁୟାରୀ ଦିନ ୧୨ଟା ଭିତରେ କିଣିପାରିବେ ।
ୱାନପ୍ଲସ ୯ଆରଟି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୧ରେ ଚାଲେ । ଏହା ଉପରେ କମ୍ପାନୀର ଅକ୍ସିଜେନଓଏସ ୧୧ର ଲେୟାର ରହିଛି । ସ୍ନାପଡ୍ରାଗନ ୮୮୮ ପ୍ରୋସେସରରେ ଏହା ଲାସ ରହିଛି । ଯାହାକୁ ୧୨ଜିବି ଯାଏଁ ଏଲପିଡିଡିଆର୫ ରାମ ଓ ୨୫୬ଜିବି ୟୁଏଫଏସ ୩.୧ ଷ୍ଟୋରେଜରେ ପାୱାର କରାଯାଇଛି । ଫୋନରେ କମ୍ପାନୀର ସ୍ପେସ କୁଲିଂ ଟେକ୍ନିକ ବି ଦିଆଯାଇଛି । ଏଥିରେ ୬.୬୨ ଇଂଚର ଫୁଲ ଏଚଡି ପ୍ଲସ ସାମସଙ୍ଗ ଇ୪ ଏମୋଲେଡ ଡିସପ୍ଲେ ରହିଛି । ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ମେନ ଲେନ୍ସ ୫୦ ମେଗାପିକ୍ସଲର ରହିଛି, ଯେଉଁଥିରେ ସୋନି ଆଇଏମଏକ୍ସ୭୬୬ ସେନ୍ସର ରହିଛି । ସେହିପରି ଫୋନକୁ ୪୫୦୦ଏମଏଏଚ ବୟାଟେରୀ ଦ୍ୱାରା ମଧ୍ୟ ପ୍ୟାକ କରାଯାଇଛି, ଯାହା ୟୁଏସବି ଟାଇପ ସି ପୋର୍ଟ ଓ ୬୫ ୱାଟର ଫାଷ୍ଟ ଚାର୍ଜିଂର ସପୋର୍ଟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking