29.1 C
Bhubaneswar
Wednesday, April 24, 2024
Homeଓଡିଶା୪୦ ଗ୍ରାମ୍ ବ୍ରାଉନସୁଗର ଜବତ : ଅଭିଯୁକ୍ତ ଗିରଫ

୪୦ ଗ୍ରାମ୍ ବ୍ରାଉନସୁଗର ଜବତ : ଅଭିଯୁକ୍ତ ଗିରଫ

ଜଟଣୀ : ବୁଧବାର ଜଟଣୀ ପୁଲିସ ସହାୟତା ଡ୍ରଗ୍ସ ଟାକ୍ସଫୋର୍ସ ସ୍ଥାନୀୟ କୁଦୁପୁରରୁ ୪୦ ଗ୍ରାମ ବ୍ରାଉନ୍‌ସୁଗର ଜବତ ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକଠାରୁ ୧ ଲକ୍ଷ ୧୦ ଟଙ୍କା ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଗିରଫ ଯୁବକ ଜଣକ ହେଲା ଗଞ୍ଜା ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସୁବୁଳିଆ ନୂଆସାହିର ବଳରାମ ସାହୁ (୨୪) । ଏ ନେଇ ଜଟଣୀ ଥାନାରେ ଏକ ମାମଲା ରୁଜୁ କରାଯାଇ ବଳରାମକୁ କୋର୍ଟ ଚାଲାଣ କରାଯାଇଛି । ଜଟଣୀ ସହରରେ ବ୍ରାଉନସୁଗର କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି । ଅନ୍ୟପକ୍ଷରେ କମିଶନରେଟ୍ ପୁଲିସ ଏହି କାରବାର ରୋକିବାକୁ ଅଣ୍ଟା ଭିଡ଼ିଛି । ଏକ ମାରୁତି କାର୍‌ରେ ବ୍ରାଉନ୍‌ସୁଗର ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇ ଡ୍ରଗ୍ସ ଟାସ୍କଫୋର୍ସ ଜଟଣୀ ଥାନା ସହାୟତାରେ ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଖୁଦୁପୁର ଛକ ନିକଟରେ ଜଗିିଥିଲା । ଆସୁଥିବା କାର୍‌କୁ ପୁଲିସ ଅଟକାଇ ତା ଭିତରୁ ୪୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା । ବ୍ରାଉନ୍‌ସୁଗର ଆଣିଥିବା ବଳରାମକୁ ପୁଲିସ ଗିରଫ କରି କାର୍ ସହ ଥାନାକୁ ଆଣିଥିଲା । ସେଠାରେ ତାଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଜବତ କରିଥିଲା । ପରେ ବଳରାମକୁ କୋର୍ଟ ଚାଲାଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking