28.1 C
Bhubaneswar
Thursday, March 28, 2024
Homeଅପରାଧଏକ ତରଫା ପ୍ରେମ ମହଙ୍ଗା ପଡିଲା: ଟ୍ୟୁସନ ଦିଦିଙ୍କୁ ଆଲିଙ୍ଗନ କରି ଯୁବକ ଗିରଫ

ଏକ ତରଫା ପ୍ରେମ ମହଙ୍ଗା ପଡିଲା: ଟ୍ୟୁସନ ଦିଦିଙ୍କୁ ଆଲିଙ୍ଗନ କରି ଯୁବକ ଗିରଫ

ଭୁବନେଶ୍ୱର: ଏକ ତରଫା ପ୍ରେମ କରିବା ମହଙ୍ଗା ପଡିଛି ଯୁବକଙ୍କୁ । ଟ୍ୟୁସନ ସାରି ଘରକୁ ଫେରୁଥିବା ଟ୍ୟୁସନ ଦିଦିଙ୍କୁ ରାସ୍ତା ଉପରେ ଆଲିଙ୍ଗନ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଉକ୍ତ ଯୁବକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଭରତପୁର ଥାନା ଲେନ୍ ୫ରେ ରହୁଥିବା ଦେବାଶିଷ ସାହୁ(୨୫) । ସୂଚନା ମୁତାବକ, ଅଭିଯୋଗକାରିଣୀ ପୀଡ଼ିତା ନିଜର ଝିଅ ସହିତ ଭରତପୁର ଥାନା ଅନ୍ତର୍ଗତ ଆମ୍ବେଦକର ସାହିରେ ରୁହନ୍ତି ଏବଂ ନିଜର ଦୈନଦିନ ଗୁଜୁରଣ ମେଣ୍ଟାଇବା ପାଇଁ ଟିଉସନକୁ ନିଜର ଏକାମାତ୍ର ଜୀବିକା ପାଇଁ ବାଛିଛନ୍ତି । ମଙ୍ଗଳବାର ରାତି ସାଢ଼େ ୭ଟା ସମୟରେ ଟ୍ୟୁସନ ସାରି ମହିଳା ଜଣଙ୍କ ଘରକୁ ଫେରିବା ସମୟରେ ଗିରଫ ଅଭିଯୁକ୍ତ ପିଡ଼ିତାଙ୍କୁ ପଛପାଶ୍ୱର୍ରୁ ଆଲିଙ୍ଗନ କରିବା ସହିତ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଏବଂ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲା । ପୀଡ଼ିତା ଏ ନେଇ ଚିତ୍କାର କରିବାରୁ ଅଭିଯୁକ୍ତ ଜଣକ ଉକ୍ତସ୍ଥାନ ଛାଡି ପଳାଇଥିଲା । ଅଭିଯୁକ୍ତ ଜଣକ ପିଡ଼ିତାଙ୍କୁ ଏକାକୀ ପାଇ ବାରମ୍ବାର ଏହିପରି ଭାବରେ ଅତ୍ୟାଚାର କରୁଥିବାରୁ ସେ ଏ ନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରି ଭରତପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲା । ତଦନ୍ତ ପରେ ଅଭିଯୁକ୍ତକୁ ଦେବାଶିଷଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସ୍ଥଳେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking