39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶଜାମ୍ମୁ କାଶ୍ମୀର: ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ନିହତ

ଜାମ୍ମୁ କାଶ୍ମୀର: ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କୀ ନିହତ

ଜାମ୍ମୁ କାଶ୍ମୀରର ବାରାମୁଲାର ସାଲୋସା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।ବାରାମୁଲା ପୋଲିସଆର୍ମି 52-ଆରଆର (ରାଷ୍ଟ୍ରିୟ ରାଇଫଲ୍ସ) ଏବଂ CRPF ର ମିଳିତ ଦଳ ଦ୍ୱାରା  ଏକ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ବାରାମୁଲାର କ୍ରିଓରି ଅଞ୍ଚଳରେ ଥିବା ସାଲୋସାରେ ଆତଙ୍କୀ ଲୁଚି ରହିଥିବା  ସୂଚନା ପାଇଥିଲେ ସୁରକ୍ଷା ବଳ । 
ଏହି ସମୟରେ ନିଜକୁ ଘେରି ରହିଥିବାର ଜାଣି  ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହାର  କଡା ଯବାବ ଦେଇଥିଲେ। ଏହାର ପ୍ରତିଆକ୍ରମଣରେ  ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ନିିହତ କରିବାରେ ସଫଳ ହୋଇଛି।
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking