34.1 C
Bhubaneswar
Friday, March 29, 2024
Homeଓଡିଶାକରୋନାରୁ ମୁକ୍ତ ରୋଗୀଙ୍କ କ୍ୟାନସରରେ ମୃତ୍ୟୁ

କରୋନାରୁ ମୁକ୍ତ ରୋଗୀଙ୍କ କ୍ୟାନସରରେ ମୃତ୍ୟୁ

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଆସି ରାଜ୍ୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ । ୪୪ ନମ୍ବର ରୋଗୀ ଭାବରେ ସେ ରାଜ୍ୟରେ ପରିଗଣିତ ହୋଇଥିଲେ । କିନ୍ତୁ ସେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଯାଇଥିଲେ । କିନ୍ତୁ ଅନ୍ୟ ରୋଗ ପାଇଁ ତାଙ୍କୁ ଡାକ୍ତଖାନାରେ ରଖାଯାଇଥିଲା । ହେଲେ ସେ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି । ଆଜି ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରୁ ଟ୍ୱିଟ ମାଧ୍ୟମରେ ସୂଚନବା ଦିଆଯାଇଛି । ଏହା କରୋନା ଜନିତ ମୃତ୍ୟୁ ବୋଲି କୁହାଯିବ ନାହିଁ । ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ଅଙ୍ଗ ଅଚଳ ହେବାପରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଏହି ରୋଗୀଙ୍କୁ କରୋନା ଆତକ୍ରାନ୍ତରେ ମୃତ୍ୟୁ ବୋଲି ଦର୍ଶାଯାଇନାହିଁ ।
ସଂପୃକ୍ତ ବ୍ୟକ୍ତି ଜଣକ ଏକ ଆମ୍ବୁଲାନ୍ସ ଯୋଗେଁ ପଶ୍ଚିମବଙ୍ଗ ମେଦିନିପୁରରୁ ଆପୋଲୋ ହସ୍ପିଟାଲ ଚିକିତ୍ସା ପାଇଁ ଆସିଥିଲେ । ପୂର୍ବରୁ ତାଙ୍କର ଆପୋଲରେ ଟ୍ୟୁମର ଅସ୍ତ୍ରୋପଚାର ହୋଇଥିଲା । ଏବେ ଡାକ୍ତରଖାନାକୁ ତାଙ୍କ ରୋଗ ଦେଖାଇବା ପାଇଁ ଆସିଥିଲେ । ଆସିବା ପରେ ତାଙ୍କୁ ଚିକିତ୍ସା ସମୟରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଲା । ଏଥିନେଇ ତାଙ୍କୁ ଡାକ୍ତଖାନାରେ ଚିକିତ୍ସିତ କରାଯାଇଥିଲା । ସେ ଆଉ କରୋନା ରୋଗରେ ପୀଡିତ ହୋଇନଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ୨ ଥର ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ୨ ଥର ଯାକ ସେ କରୋନାରେ ଆକ୍ରାନ୍ତ ବୋଲି ରିପୋର୍ଟରେ ଆସିନଥିଲା । ଅର୍ଥାତ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । କରୋନାରୁ ମୁକ୍ତ ବୋଲି ଡାକ୍ତରଖାନାରୁ ସେ ଡିସଚାର୍ଜ ହୋଇନଥିଲେ । କାରଣ ସେ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଯାଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାରି ସୂଚନାରେ ଜଣାପଡିଛି । କରୋନାରେ ଭଲ ହେବା ପରେ ସେ କ୍ୟାନସର ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking