37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ଼ ହସ୍ପିଟାଲ

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ଼ ହସ୍ପିଟାଲ

ବାଲେଶ୍ୱର:ଆଜି ବାଲେଶ୍ୱରରେ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେଠାରେ କୋଭିଡ଼ ପରିଚାଳନାର ସମୀକ୍ଷା କରିବା ପରେ ଏହିପରି ନିିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡ଼ିଏମଇଟି ପ୍ରଫେସର ସି.ବି.କେ. ମହାନ୍ତି ମଧ୍ୟ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ବାଲେଶ୍ୱରରେ ୧୦୦ ଶଯ୍ୟାର ଆଉ ଏକ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ସେହି ହସ୍ପିଟାଲରେ ଆଇସିୟୁ ଶଯ୍ୟା ସହ ୨ଟି ଅପରେସନ ଥିଏଟର ବି ରହିବ ।

ଜ୍ୟୋତି ହସ୍ପିଟାଲକୁ ୧୦ ନର୍ସ ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ୨ ଶହରୁ ଅଢେଇ ଶହ ପାରାମେଡ଼ିକ ଷ୍ଟାଫ୍ କୁ ନେଇ ଜନସଂପର୍କ ଅଭିଯାନ କରାଯିବ ।ବୟସ୍କ , ରୋଗାକ୍ରାନ୍ତଙ୍କ ସୁରକ୍ଷା ପାଇଁ ହେବ ଜନସଂପର୍କ ଅଭିଯାନ । ଉଲ୍ଳେଖଯୋଗ୍ୟ ଯେ  ବାଲେଶ୍ୱରରେ ଏହା ପୂର୍ବରୁ ୧୨୦ ଶଯ୍ୟାର କୋଭିଡ଼ ହସ୍ପିଟାଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking