34.1 C
Bhubaneswar
Friday, March 29, 2024
Homeକରୋନା ଓଡିଶାଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧିପାଇଛି । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚନ୍ଦ୍ରଶେଖରପୁର ଅଂଚଳର ୭୩ବର୍ଷୀୟ ବୃଦ୍ଧ ବୋଲି ଜଣାପଡ଼ିଛି ।ସେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୭ଜଣ କରୋନା ପଜିଟିଭ୍ ସୁସ୍ଥ ମଧ୍ୟ ହୋଇଛନ୍ତି । ୪ବର୍ଷୀୟ ଶିଶୁ ପାତ୍ରପଡ଼ା କ୍ରିଷ୍ଣାବିହାର ଅଂଚଳର ସୁସ୍ଥ ହୋଇଛନ୍ତି । ଅନ୍ୟଜଣେ ୨୯ବର୍ଷୀୟ ପୁରୁଷ ଫରେଷ୍ଟପାର୍କ ଅଂଚଳର । ସେହିପରି ୪୭ବର୍ଷୀୟ ପୁରୁଷ ୟୁନିଟ୍‌-୫ ୧୨୦-ବାଟେଲିୟନ ଅଂଚଳରୁ ଜଣେ ସୁସ୍ଥ ହୋଇଛନ୍ତି । ଅନ୍ୟଜଣେ୨୯ବର୍ଷୀୟ ପୁରୁଷ ଡୁମ୍‌ଡୁମା ସୁବାସନଗର ବସ୍ତିରୁ ସୁସ୍ଥ ହୋଇଛନ୍ତି । ସେହିପରି ଜଣେ ୩୧ ଓ ୩୦ବର୍ଷୀୟ ମହିଳା ପାତ୍ରପଡ଼ା ଅଂଚଳରୁ ସୁସ୍ଥ ହୋଇଛନ୍ତି । ସେହିପରି ଅନ୍ୟଜଣେ ସେଣ୍ଟ୍ରାଲ ସରକାରୀ ମେଡିକାଲର ୨୫ବର୍ଷୀୟ ଛାତୀ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ଥିବାବେଳେ ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୯୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୮୮ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking