30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ, ଅନ୍ୟପଟେ ୩ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ, ଅନ୍ୟପଟେ ୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜାରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬୧କୁ ପହଞ୍ଚିଛି । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ସେ ବାଲେଶ୍ୱରର ଜଣେ ୫୮ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ବର୍ତମାନ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ବିଷୟରେ ତଦନ୍ତ ଆରମ୍ଭ ହୋଇଯାଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଏବେ କହିବାକୁ ଗଲେ କରୋନା ଏବେ ଆଉ ଏକ ଜିଲ୍ଲାକୁ ବ୍ୟାପିଥିବା କୁହାଯାଇପାରେ । କାରଣ ପୂର୍ବରୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ପୁରୀ , ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ ଓ କଟକ ଜିଲ୍ଲା ପ୍ରଭୃତି ଜଡିତ ଥିଲା । ଅନ୍ୟପଟେ ରାଜ୍ୟରେ ଆଜି ୩ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସୁସ୍ଥ ହୋଇଥିବା ୩ କରୋନା ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି । ତେବେ ସମୁଦାୟ ଉପରେ ଏଯାବତ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking