31.1 C
Bhubaneswar
Wednesday, April 24, 2024
Homeଓଡିଶାକୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ

ଭୁବନେଶ୍ବର: ଆଜି ସନ୍ଧ୍ୟା ୬ଟାରେ ସାରା ଓଡ଼ିଶା ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଛି। କୋଭିଡ୍‌ ଯୋଦ୍ଧାମାନଙ୍କର ମାନବ ଜାତି ପ୍ରତି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରି ସମ୍ମାନ ଜଣାଇଛି ସାରା ଓଡ଼ିଶା। ୧ ମିନିଟ୍ ଲାଗି ଅଟକି ଯାଇଛି ଜୀବନଯାତ୍ରା। ରାସ୍ତଘାଟ, ଅଫିସକଚେରି, ବଜାରଘାଟ ସବୁଠି ଲୋକେ କାମଛାଡ଼ି ନିରବରେ ଠିଆ ହୋଇ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟବାସୀ ଯିଏ ଯେଉଁଠାରେ ଥିଲେ ସେଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇ ନିରବ ପ୍ରାର୍ଥ‌ନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆ‌ରେ ରାଜ୍ୟବାସୀଙ୍କ ସହିତ ସାମିଲ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୧ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିିଥିଲେ । ତେଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ସାରା ଓଡ଼ିଶାରେ ୧ମିନିଟ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି ରାଜ୍ୟବାସୀ । ନୀରବ ପ୍ରାର୍ଥନା ପରେ କୋଭିଡ଼ ଯୋଦ୍ଧାଙ୍କ ସମ୍ମାନ ଓ କରେନାର ଦାୟିତ୍ୱପୂର୍ଣ୍ଣ ମୁକାବିଲା ପାଇଁ ଟିଭି ଓ ସୋସିଆଲ ମିଡ଼ିଆରେ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଟ୍ୱିନି ସିଟିରେ ୨ମିନିଟ ଟ୍ରାଫିକ ବନ୍ଦ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking