28.1 C
Bhubaneswar
Friday, March 29, 2024
Homeଅପରାଧପୁଲିସ ସମ୍ମୁଖରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ପୁଲିସ ସମ୍ମୁଖରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଘଷିପୁରା : ଘଷିପୁରା ଅଞ୍ଚଳର ଜନଗହଳିିପୂର୍ଣ ବ୍ରିଜ୍‌ଛକରେ ଆଜି ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ପୁଲିସ ସମ୍ମୁଖରୁ ଲୁଟିନେଇଥିବା ଜଣାପଡ଼ିଛି । ଦିନ ୧୦.୩୦ମିନିଟ ସମୟରେ କର୍ତ୍ତବ୍ୟରତ ପୁଲିସ ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ ଜନୈକ ବ୍ୟକ୍ତିଙ୍କ ନିକଟରୁ ଲକ୍ଷେ ଟଙ୍କା ଝାମ୍ପିନେଇଥିବା ଥାନାରେ ଅଭିଯୋଗ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ମୁଗୁପୁର ପଞ୍ଚାୟତ ଅଧୁଗୁରିଆ ଗ୍ରାମର କନ୍ଦିଆ ଜେନାଙ୍କ ପୁଅ ତପନ କୁମାର ଜେନା କଚେରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରୁ ୧ଲକ୍ଷ ଟଙ୍କା ଉଠାଇ ବସରେ ତାଙ୍କ ଘର ଅଭିମୁଖେ ଯାଉଥିବା ବେଳେ ଆନନ୍ଦପୁର ବ୍ରିଜଛକରେ ବସ୍ ରହିବାରୁ ତପନ ଗାଡ଼ିରୁ ଓହ୍ଲାଇଥିଲେ । ମାତ୍ର ତାଙ୍କୁ ଉକ୍ତ ବ୍ୟାଙ୍କ ପାଖରୁ ପିଛା କରିଆସୁଥିବା ଦୁଇଜଣ ଦୁର୍ବୃତ୍ତ ତପନଙ୍କ ହାତରେ ଥିବା ଟଙ୍କା ବ୍ୟାଗଟିକୁ ଟାଣିି ନେଇ ଏକ କଳା ଆପାଜି ବାଇକ୍ ଯୋଗେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ମାତ୍ର ସେଠାରେ କର୍ତ୍ତବ୍ୟରେ ଥିବା ଜୈନିକ ହୋମଗାର୍ଡ କେବଳ ଧର ଧର ବୋଲି ଚିତ୍କାର କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ପରେ ଶ୍ରୀ ଜେନା ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଆନନନ୍ଦପୁର ଏସଆଇ ବିମଳ ଚନ୍ଦ୍ର କାଳିଆଙ୍କୁ ଘଟଣା ସଂପର୍କରେ ପଚାରିବାରୁ ଉକ୍ତ ଘାଟଣାକୁ ସେ ସ୍ୱୀକାର କରିଥିବା ବେଳେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଲୋକମାନଙ୍କ ଅସଚେତନ ଯୋଗୁ ଏଭଳି ଘଟୁଥିବା ସେ କହିଥିଲେ । ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସର ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking