37.1 C
Bhubaneswar
Thursday, March 28, 2024
HomeUncategorizedମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ, ଡ୍ରାଇଭର ମୃତ

ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ, ଡ୍ରାଇଭର ମୃତ

ଖୋର୍ଦ୍ଧା, :ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ କଲିକତା-ମାଡ୍ରାସ ୧୬ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ଏକ ମାଲବାହୀ ଟ୍ରକରେ ଘଟିଛି ଅଗ୍ନିକାଣ୍ଡ । ସାମ୍ନାରେ ଯାଉଥିବା ଏକ କୋବି ବୋଝେଇ ଟ୍ରକକୁ ପିଟି ହୋଇ ଗାଡ଼ିର ସାମ୍ନା ପଟ ଇଞ୍ଜିନ ଆଡୁ ନିଆଁ ଲାଗି ଯିବାରୁ ଗାଡି ଡ୍ରାଇଭର ର ଅଗ୍ନିକାଣ୍ଡରେ ପୋଡି ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ହେଲଫର କୁ ସ୍ଥାନୀୟ ଲୋକମାନେ ମେଡ଼ିକାଲକୁ ନେଇଛନ୍ତି ।

ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁ କୁ ଆୟତ୍ତ କରିଛନ୍ତି । ସେପଟେ ବାଲୁଗାଁ ଏସ.ଡି. ପିଓ ସୁରେଶ ଦାଶ, ବାଲୁଗାଁ ଓ ବାଣପୁର ଆଇ.ଆଇ.ସି ଘଟଣାସ୍ଥଳ ରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଟ୍ରକ ଟି ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking