26.1 C
Bhubaneswar
Friday, March 29, 2024
Homeଓଡିଶାସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ : ଉତ୍ତକ୍ତ୍ୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ

ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ : ଉତ୍ତକ୍ତ୍ୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ

ବଲାଙ୍ଗିର : ବଲାଙ୍ଗିର ସହର ସୁଦପଡ଼ା ବାଇପାସ୍ ନିକଟରେ ଏକ ହାଇୱା ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ବଲାଙ୍ଗିର ସହର ପଟୁ ଏକ ସ୍କୁଟିରେ ଜଣେ ବ୍ୟକ୍ତି ପୁଇଁତଳା ପଟକୁ ଯାଉଥିବା ବେଳେ ସେପଟରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ତାଙ୍କ ମୁଣ୍ଡ ଉପରେ ଚାଲି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନାହିଁ । ଏଥିରେ ସ୍ଥାନୀୟ ଲୋକେ ଉତ୍ତକ୍ତ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ । ଏହି ସ୍ଥାନରେ ୫ଟି ଦୁର୍ଘଟଣା ହୋଇସାରିଲାଣି । ପ୍ରଶାସନ ତଥାପି ମଧ୍ୟ ଆଖି ବୁଜି ଦେଇଛି ବୋଲି ଲୋକେ ଅଭିଯୋଗ କରିଥିଲେ । ତେବେ ତୁରନ୍ତ ବାଏପାସ ରାସ୍ତା ନିର୍ମାଣ କରିବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଲୋକେ ଦାବି କରିଥିଲେ । ବାଇପାସ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇ ସାରିଛି । ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶୃତି ଦେବା ସହିତ ତୁରନ୍ତ ରେଡକ୍ରସରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାନୁଭୂତି ରାଶି ପ୍ରଦାନ କରାଯିବ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଲେଖାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି । ପୁଲିସ ଶବକୁ ଜବତ କରିବାସହିତ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇଥିବା ପୁଲିସ୍ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking