26.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରକ ଧକ୍କାରେ ଛାତ୍ର ମୃତ : କ୍ଷତିପୂରଣ ଦାବି ନେଇ ରାସ୍ତାରୋକ

ଟ୍ରକ ଧକ୍କାରେ ଛାତ୍ର ମୃତ : କ୍ଷତିପୂରଣ ଦାବି ନେଇ ରାସ୍ତାରୋକ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ନମ୍ବର ଜାତୀୟ ରାଜପଥ ମୋହରା ଛକନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣକ ବଳରାମ ମାଝୀ(୧୭) ହୋଇଥିବା ବେଳେ ଆହତ ଜଣକ ହେଉଛନ୍ତି ଧୁବଳେଶ୍ୱର କଟା (୩୬) । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଦୀର୍ଘ ସମୟ ରାସ୍ତା ଅବରୋଧ କରାଯାଇଥିଲା । ପରେ ପ୍ରଶାସନିକ ଅଧିକାରୀ ପହଞ୍ôଚ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କୁଶମାଲ ଗ୍ରାମର ଧୁବଳେଶ୍ୱର କଟା (୩୬) ଏକ ବାଇକ୍ ଯୋଗେ ନିଜ ଶଶୂର ଗ୍ରାମ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡ଼ାକୁ ଯାଉଥିଲେ । ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବାଦି ପଞ୍ଚାୟତ ଜୁନାନୀ ଗ୍ରାମର ବଳରାମ ମାଝୀ(୧୭) ଏକ ସାଇକେଲରେ ଭାଲୁମୁଣ୍ଡାରେ ଥିବା ପ୍ରସନ୍ନାପାଲ ଜୁନିୟର କଲେଜକୁ ପାଠପଢ଼ିବା ପାଇଁ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ପ୍ରଥମେ ଧୁବଳେଶ୍ୱରଙ୍କୁ ଧକ୍କା ଦେଇଯାଇ ବଳରାମଙ୍କୁ ଧକ୍କା ଦେଇଥିଲା । ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଦ୍ୱୟଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବଳାରାମଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି । ଟ୍ରକ୍‌ଟି ନୂଆପଡ଼ା ଜିଲ୍ଲା ଖଡିଆର୍ ରୋଡ୍‌ର ଫିରଜ ମହମ୍ମଦଙ୍କ ବୋଲି ଜଣାପଡ଼ିଛି ।
ସେପଟେ କଲେଜ ଛାତ୍ରଙ୍କ ମୃତ ଖବର ଆସିଲାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଇଦେଇଥିଲା । ଭାଲୁମୁଣ୍ଡା କଲେଜର ଶତାଧିକ ଛାତ୍ରଛାତ୍ରୀ ଆସି ମୃତକଙ୍କ ପରିବାର ଲୋକଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ କଲେଜ ଯିବା ଆସିବା ସମୟରେ ଭାରିଯାନ ଯିବା ଆସିବା ବନ୍ଦ କରିବାକୁ ଦାବି କରିଥିଲେ । ଆନ୍ଦୋଳନସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ୍‌, ଖଡ଼ିଆଳ ପୁଲିସ୍‌, ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ôଚ ଥିଲେ । ରାସ୍ତାରୋକରେ ଉତ୍ତ୍ୟକ୍ତକାରୀ କଲେଜ ଛାତ୍ରଛାତ୍ରୀଙ୍କ ସହ ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି, କଲେଜ ଛାତ୍ର ବିଶ୍ୱନାଥ ସାହୁ, କପିଲାଭଟା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଝସକେତନ ମହାନନ୍ଦ, ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଦୟାସାଗର ସୁନା, ଗୁପ୍ତେଶ୍ୱର ପୁଟେଲ, ଯୁବନେତା ଅଶୋକ କୁମାର ବିଶିଙ୍କ ସହ ବହୁ ଲୋକେ ସାମିଲ୍ ହୋଇଥିଲେ । ଘଟଣାସ୍ଥଳକୁ ବଙ୍ଗୋମୁଣ୍ଡା ତହସିଲ୍‌ଦାର ଗୁଣମଣୀ ସୁନାନୀ, ଖଡ଼ିଆଳ ତହସିଲଦାର ସିନ୍ଧୁସିତା ପାତ୍ର, ଖଡ଼ିଆଳ ପୁଲିସ ଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଏଏସ୍‌ଆଇ ଦେବାର୍ଚ୍ଚନ ନିଆଳ,ଏଏସ୍‌ଆଇ ମନୋୱାର ଅଲ୍ଲୀ ପହଞ୍ôଚ ଉତ୍ତ୍ୟକ୍ତକାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଲନକାରୀମାନେ ଜିଦ୍ ଧରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking