ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା: ଜଣେ ମୃତ

 

ଥୁଆମୂଳ ରାମପୁର/ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥ ପୁର ଗ୍ରାମ ପଞ୍ଚାୟତ ଅଧିନ ଫଟକି ମହୁଲ ଛକ ନିକଟରେ ଶନିବାର ଦିନବେଳା ଘଟିଛି ଏକ ଦୁର୍ଘଟଣା।ବ୍ରାହ୍ମଣୀ ଚଞ୍ଚରା ଗାଁର ହଳଧର ନାଏକ ଓ ତାଙ୍କ ସ୍ତ୍ରୀ ଶାନ୍ତି ଲତା ନାଏକ(୪୭)ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖସି ପଡିଥିଲେ।ଶାନ୍ତି ଲତାଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ତୁରନ୍ତ ତାଙ୍କୁ ଏକ ଘରୋଇ ଗାଡି ଯୋଗେ ଭବାନୀପାଟଣା ନେଇ ଯାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏନେଇ ଭବାନୀପାଟଣା ଟାଉନ ଥାନାରେ ଜଣାଇଲା ପରେ ଥୁଆମୂଳ ରାମପୁର ଥାନାକୁ ସୂଚନା ଦିଆଯାଇଥିଲା।ପରେ ରବିବାର ମହୁଲପାଟଣା ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଛି ପୋଲିସ।ଏନେଇ ଥୁଆମୂଳ ରାମପୁର ଥାନାରେ ଜଣେ ସମ୍ପର୍କୀୟ ଲକ୍ଷ୍ମୀନାଥ ନାଏକ ଲିଖିତ ଜଣାଇଛନ୍ତି।ପୋଲିସ ଏହାକୁ ନେଇ ଏହା ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here