30.1 C
Bhubaneswar
Friday, April 19, 2024
Homeଓଡିଶାନାଳକୁ ଗାଧେଇବାକୁ ଯାଇ ପାଣିରେ ବୁଡି ଜଣେ ମୃତ 

ନାଳକୁ ଗାଧେଇବାକୁ ଯାଇ ପାଣିରେ ବୁଡି ଜଣେ ମୃତ 

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗ୍ରାମର ଜଣେ ବ୍ୟକ୍ତି ନାଳକୁ ଗାଧେଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଦେବଗଡ଼ ପୌର ପରିଷଦରେ ଗାଡି ଚାଳକ ଭାବେ କାର୍ଯ୍ୟ କରୁଥିବା ପୁରୁଣାଗଡ଼ ଗ୍ରାମର ଲକ୍ଷ୍ମଣ କୁମାର ସାହୁଙ୍କ ପୁଅ ମନୋଜ କୁମାର ସାହୁ (୪୩) ଆଜି ମଧ୍ୟାହ୍ନରେ ନିଜ ବିଲ ପଟୁ ଫେରି ବାଳିଆପିଟା ନାଳକୁ ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣରୁ ସେ ନାଳ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ପାଣି ମଧ୍ୟରୁ ନ ବାହାରିବାରୁ ସେଠାରେ ଗାଧୋଉ ଥିବା ଅନ୍ୟ କେତେକ ଗ୍ରାମବାସୀ ପାଣି ମଧ୍ୟରେ ଖୋଜା ଖୋଜି କରିବା ସହ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକେ ତାଙ୍କୁ ନାଳପାଣି ମଧ୍ୟରୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ସୂଚନାପାଇ ଦେବଗଡ଼ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking