28.1 C
Bhubaneswar
Thursday, March 28, 2024
Homeଓଡିଶାଚୂନପଥର ଖଣିରୁ ଅତଡ଼ା ଖସି ୧ ମୃତ

ଚୂନପଥର ଖଣିରୁ ଅତଡ଼ା ଖସି ୧ ମୃତ

 
ରାଉରକେଲା :  ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରିରେ ଥିବା ଏକ ଘରୋଇ କମ୍ପାନୀର ଅବ୍ୟବହୃତ ଚୂନପଥର ଖଣିରେ  ଅତଡ଼ା ଖସି ଜଣେ ମୃତ୍ୟୁବରଣ କରିଥିବା ବେଳେ  ଜଣେ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ସଦାନନ୍ଦ ସୁରିନ(୨୦) । ଆହତ ଅରବିନ୍ଦ ଲୁଗୁନଙ୍କୁ ହାତୀବାରି  ପ୍ରାଥମିକ ଚିକତ୍ସାକେନ୍ଦ୍ରରେ ଭର୍ତ୍ତି  କରାଯାଇଛି ।
ସୂଚନା ଅନୁଯାୟୀ, ହତୀବାରିରେ ଥିବା ଉକ୍ତ ଖଣି ଦୀର୍ଘ ଦିନରୁ ଅବ୍ୟବହୃତ ହୋଇପଡ଼ି ରହିଥିଲା । ସେଠାରେ ଏହି ୨ ଜଣ ଚୂନ ଆଣିବାକୁ ଯାଇଥିଲେ । ସେତେବେଳେ ସେମାନଙ୍କ ଉପରେ ଅତଡ଼ା ଖସି ପଡ଼ିଥିଲା ଓ  ଏଥିରେ ଦବି ଯାଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଜଣଙ୍କୁ ମୃତ୍ୟୁ ଘୋଷିତ କରାଯାଇଥିଲା । ଅପରପକ୍ଷେ, ଏହି ଡାକ୍ତରଖାନାରେ ଡାକ୍ତରଙ୍କ ଆସିବା ବିଳମ୍ବ ନେଇ ଉତ୍ତେଜନା ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking