29.1 C
Bhubaneswar
Saturday, April 20, 2024
Homeଓଡିଶାବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଓଲିଟି ଜଣେ ମୃତ

ବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଓଲିଟି ଜଣେ ମୃତ

ମୟୁରଭଂଜ : ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଟିକରପୋଡା ଗ୍ରାମପାଖ ଇଟାଭାଟି ନିକଟରେ ଥିବା ବୁଢ଼ାବଳଙ୍ଗ ନଦୀରୁ ଚୋରାବାଲି ନେଇ ଆସୁଥିବା ବେଳେ ଟ୍ରାକ୍ଟର ଓଲିଟିବାରୁ ଜଣେ ଲୋକର ଘଟଣାସ୍ଥଳରେ ମୃତ୍ୟୁ ହେଇଯାଇଛି।
ସୂଚନା ଅନୁଯାୟୀ ବୁଢ଼ାବଳଙ୍ଗ ନଦୀ ବାରୁଣୀଘାଟରୁ ବେଧଡକ ଭାବେ ବେଆଇନ ବାଲି ଚୋରା ଚାଲାଣ ବଢ଼ିବାରେ ଲାଗିଛି। ତେବେ ଚୋରାବାଲି ବୋଝେଇ କରି ଆଣୁଥିବା ସମୟରେ ମା’ ଇଟାଭାଟି ନିକଟରେ OD- 01S- 9213 ନମ୍ବର ବିଶିଷ୍ଟ ଟ୍ରାକ୍ଟରଟି ଓଲଟି ପଡିବାରୁ ଜଣେ ଗୁରୁତର ଆହତ ହେଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ଦମକଳ ବାହିନୀ ଓ ବାରିପଦା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଆଣିଥିଲେ ମାତ୍ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ମୃତ ଘଷଣା କରିଥିଲେ। ତେବେ ମୃତକ ଜଣକ ଟିକରପୋଡା ଗ୍ରାମର ସୁଖ ସିଂ ଙ୍କ 14 ବର୍ଷର ପୁଅ ଶିବ ସିଂ ବୋଲି ଜଣାପଡ଼ିଛି। ତେବେ ଶାମାଖୁଣ୍ଟା ବ୍ଲକ ଏରିଆ ବୁଢ଼ାବଳଙ୍ଗ ନଦୀରୁ ସକାଳ ସନ୍ଧ୍ୟା ଶହଶହ ଟ୍ରିପ ବାଲି ଚରା ଚାଲାଣ ହେଉଥିବାବେଳେ ସ୍ଥାନୀୟ ତହସିଲଦାର କିମ୍ବା ଆର ଆଇ ନାମକୁ ମାତ୍ର ଗୋଟେ ଦୁଇଟା ଗାଡିକୁ ଜୋରିମାନା କରି ଚୁପ ବସିବା ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲିଟିଛି। ସେହିପରି ସହର ତଳି ଅଞ୍ଚଳ ହୋଇଥିଲା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ବାର୍ଡ ନିୟୋଜିତ କରାନଯିବା ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ପ୍ରଶାସନକୁ ସନ୍ଦେହଘେରରେ ପକାଉଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking