26.1 C
Bhubaneswar
Friday, March 29, 2024
Homeଅପରାଧଟ୍ରାକ୍ଟରରୁ ଖସି ଶ୍ରମିକ ମୃତ : କ୍ଷତିପୂରଣ ପାଇଁ ପରିବାର ଲୋକେ ଥାନା ଦ୍ୱାରସ୍ଥ

ଟ୍ରାକ୍ଟରରୁ ଖସି ଶ୍ରମିକ ମୃତ : କ୍ଷତିପୂରଣ ପାଇଁ ପରିବାର ଲୋକେ ଥାନା ଦ୍ୱାରସ୍ଥ

 
ରାଉରକେଲା : ଗୁରୁବାର ରାତିରେ ସେକ୍ଟର-୧୯ ଥାନା ଅନ୍ତର୍ଗତ ୟୁକୋବ୍ୟାଙ୍କ ସମ୍ମୁଖରେ ଗୋଟିଏ ମାଟି ବୋଝେଇ ଟ୍ରାକ୍ଟରରୁ ଜଣେ ଶ୍ରମିକ ଖସି ମୃତ୍ୟୁବରଣ କରିଥିଲା । ମୃତକର ଶବ ଆଇଜିଏଚ ମର୍ଗ ହାଉସରେ ଥିବା ବେଳେ ଆଜି ତାଙ୍କ ମୃତ୍ୟୁର କ୍ଷତିପୂରଣ ଦାବିରେ ଥାନାରେ ଏକ ଅପ୍ରୀତିକରପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । ମୃତକର ବଡ଼ଭାଇ ଭିନ୍ନ ଏକ ଦାବି କରିଥିବା ବେଳେ ମାଆ ଏକ ଅନ୍ୟ ଦାବି କରିଥିଲେ । ଫଳରେ ଥାନାଧିକାରୀ ଦ୍ୱନ୍ଦରେ ପଡ଼ି ମାଆଙ୍କୁ ଏତଲା ଦାୟର କରିବାକୁ ପରାମର୍ଶ ଦେଇଥିଲେ । ଏ ନେଇ ଥାନା ପରିସରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିବାଦ ଦେଖାଯାଇଥିଲା । ଶେଷର ଗ୍ରାମବାସୀ ଓ ମାଆଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ସୂଚନାଅନୁଯାୟୀ, ବେଦବ୍ୟାସ ଅଂଚଳର ଏକ ମାଟି ବୋଝେଇ ଟ୍ରାକ୍ଟର (ଓଡ଼ି-୧୪ଏସ-୫୩୦୧) ଗୁରୁବାର ରାତିରେ ତୁମକେଲାକୁ ଯାଉଥିଲା । ଏଥିରେ ବସିଥିବା ଶ୍ରମିକ ପିଂଟୁ ବିଂଝିଆ(୨୫) ଅସାବଧାନତା ଯୋଗୁ ଏଥିରୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ଟ୍ରାକ୍ଟର ଚକ ତଳେ ସେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କ ଶବକୁ ଆଇଜିଏଚ ମର୍ଗ ହାଉସରେ ରଖାଯାଇଥିଲା । ଏଥିରେ ପିଂଟୁଙ୍କ ରକ୍ଷଣାବେକ୍ଷଣରେ ରହୁଥିବା ତାଙ୍କ ମାଆ ଓ ଭଉଣୀ ଥାନାରେ ପହଂଚି କ୍ଷତିପୂରଣ ଓ ନ୍ୟାୟ ଦାବି କରିଥିବା ବେଳେ ମୃତକର ବଡ଼ଭାଇ ପହଂଚି ଭିନ୍ନ ଏକ କ୍ଷତିପୂରଣ ଦାବି କରିଥିଲେ । ଏ ନେଇ ଥାନାଅଧିକାରୀ  ପ୍ରମୋଦିନୀ ସାହୁ ମାଆଙ୍କୁ ଏତଲା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking