34.1 C
Bhubaneswar
Friday, March 29, 2024
Homeଓଡିଶାବଡ଼ ଖବର : ପୁଣି ଜଣେ ମୃତ, ଏକାଥରେ ୫୮ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲା ସଂଖ୍ୟା...

ବଡ଼ ଖବର : ପୁଣି ଜଣେ ମୃତ, ଏକାଥରେ ୫୮ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲା ସଂଖ୍ୟା ବଢ଼ିଲା ୨୦କୁ

ଭୁବନେଶ୍ୱର : କରୋନା ମହାମାରୀ ନେଇ ରାଜ୍ୟରେ ଆଜି ସକାଳୁ ସକାଳୁ ବହୁତ ବଡ଼ ଖବର ହସ୍ତଗତ ହୋଇଛି । ପୁଣି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଥରକେ ୫୮ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଂଚିଛି ଓ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିସହ ଆଉ ଗୋଟିଏ ନୂଆ ଜିଲ୍ଲା ଅନୁଗୁଳ ଯୋଡ଼ି ହୋଇଯାଇଛି । କରୋନା ଗୋଟିଏ ଗୋଟିଏ ପରେ ଜିଲ୍ଲାକୁ କ୍ରମେ ଗ୍ରାସ କରିବାରେ ଲାଗିଛି । ଅନୁଗୁଳ ଗ୍ରୀନ୍ ଜୋନ୍‌ରେ ଏପର୍ଯ୍ୟନ୍ତ ଥିଲା । ଏହି ଜିଲ୍ଲାରେ ଆଜି ଏକାଥରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଆକ୍ରାନ୍ତ ଆଜି ଚିହିନଟ ହୋଇଛନ୍ତି । ଫରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ବାଲେଶ୍ୱର ଜିଲ୍ଲାରେ ୧୫ଜଶ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଡାକୁ ମିିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ଛୁଇଛି । ସେଥିମଧ୍ୟରୁ ୯ଜଣ ସୁସ୍ଥ ହୋଇଛନ୍ତି ୩୩ଜଣ ଚିକିତ୍ସିତ ହେଉଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂଖ୍ୟା ୮କୁ ଛୁଇଁଛି । ସମଗ୍ର ରାଜ୍ୟରେ ଏବେ ୨୮୧ ଜଣ ଚିକିତ୍ସିତ ହେଉଥିବାବେଳେ ୬୮ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରିତଙ୍କର ମୃତ୍ୟୁ ଘଟିଛି ।
ବର୍ତ୍ତମାନ ସୁଦ୍ଧା ଗଞ୍ଜାମ -୧୧୮, ଯାଜପୁର -୫୫, ଖୋର୍ଦ୍ଧ -୫୦, ବାଲେଶ୍ୱର – ୪୨, ଭଦ୍ରକ – ୨୫, ଅନୁଗୁଳ -୧୩, ସୁନ୍ଦରଗଡ଼ -୧୩, କେନ୍ଦ୍ରାପଡ଼ା – ୮, ମୟୁରଭଞ୍ଜ – ୮, ଜଗତସିଂହପୁର – ୫, ବଲାଙ୍ଗୀର – ୨, କଟକ -୨, ଝାରସୁଗୁଡ଼ା -୨, କଳାହାଣ୍ଡି -୨, କେନ୍ଦୁଝର -୨ ଏବଂ ଦେବଗନ, ଢ଼େଙ୍କାନାଳ, କୋରାପୁଟ, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ଖୋର୍ଦ୍ଧରେ ସର୍ବାଧିକ ୩୨, ଯାଜପୁରରେ ୨, ଭଦ୍ରକରେ ୧୨, ସୁନ୍ଦରଗଡ଼ରେ ୬, କେନ୍ଦ୍ରାପଡ଼ାରେ ୨, କଳାହାଣ୍ଡିରେ ୨, କଟକ, ଢ଼େଙ୍କାନାଳ ଓ ପୁରୀରୁ ଜଣେ ଜଣେ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରେ ୨ ଓ ଗଞ୍ଜାମରେ ଜଣେ ମୃତ୍ୟୁବରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking