34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନ୍ୟୁଜିଲାଣ୍ଡ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ:ଜଣେ ମୃତ, କେତେକ ଆହତ ଓ କେତେକ ନିଖୋଜ

ନ୍ୟୁଜିଲାଣ୍ଡ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ:ଜଣେ ମୃତ, କେତେକ ଆହତ ଓ କେତେକ ନିଖୋଜ

ନ୍ୟୁଜିଲାଣ୍ଡ୍‌ : ସୋମବାର ଦିନ ନ୍ୟୁଜିଲାଣ୍ଡ୍‌ରେ ଘଟିଛି ଅଭାବନୀୟ ଘଟଣା | ଏଠାରେ ଆଗ୍ନେୟଗିରି ଉଦ୍‌ଗୀରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କେତେକ ଆହତ ହୋଇଛନ୍ତି ଏବଂ ଅନ୍ୟ କେତେକ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି । ନ୍ୟୁଜିଲାଣ୍ଡ୍‌ର ଉତ୍ତର ଦ୍ୱୀପର ପୂର୍ବ ଉପକୂଳ ସାଗର ମଧ୍ୟରେ ଅପରାହ୍ନରେ ହୋଇଥିବା ଏହି ଉଦ୍‌ଗୀରଣ ଯୋଗୁଁ ହଜାର ହଜାର ଫୁଟ୍‌ ଶୂନ୍ୟକୁ ପାଉଁଶର ବଉଦ ଉଠିଥିଲା ।
ତେବେ ଉଦ୍‌ଗୀରଣ ବେଳେ ହ୍ଵାଇଟ୍‌ ଆଇଲାଣ୍ଡ୍‌ରୁ ତେଇଶ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନେ ‘ଓଭାସନ୍‌ ଅଫ୍‌ ଦି ସିଜ୍‌’ କ୍ରୁଜ୍‌ ଜାହାଜର ପର୍ଯ୍ୟଟକ ବୋଲି ବିଶ୍ୱାସ କରାଯାଉଥିବା କଥା ପୁଲିସ କହିଛି।ପ୍ରାୟ ଶହେ ଲୋକ ସେଠାରେ ଥିଲେ ବୋଲି ପୂର୍ବରୁ ଖବର ମିଳିଥିଲା । ଉତ୍ତର ଦ୍ୱୀପ ଉପକୂଳରୁ ହ୍ଵାଇଟ୍‌ ଆଇଲାଣ୍ଡ୍‌ ପ୍ରାୟ ୫୦ କିଲୋମିଟର ଦୂର। ଆଗ୍ନେୟଗିରି ଉଦ୍‌ଗୀରଣ ପାଉଁଶ ୧୨, ୦୦ ଫୁଟ୍‌ ଉଚ୍ଚକୁ ଉଠିଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି | ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking