26.1 C
Bhubaneswar
Friday, March 29, 2024
Homeଓଡିଶାସଡକ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ସଡକ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

ବିନିକା : ରାଜ୍ୟ ସରକାର ସଡକ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ଦିଗରେ ଯେତେ ପଦକ୍ଷେପ ନେଲେ ସୁଦ୍ଧା ପ୍ରତିଦିନ ସଡକ ଦୁର୍ଘଟଣାରେ ଜୀବନ ହାନି ଘଟୁଥିବାର ଦେଖିବାକୁ ମିଳୁଛି | ପୁଣି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ମାଝୀମୁଣ୍ଡା ଛକରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏକ ପିକଅପ୍‌ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁରନ ସାହୁ। ତାଙ୍କ ଘର ବରଗଡ଼ ଜିଲ୍ଲା ବିଜେପୁର ଥାନା ମହବେର୍ଣ୍ଣ ଗାଁରେ ବୋଲି ଜଣା ପଡିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା | ତେବେ ପିକ୍‌ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର୍ ହେବା ସମୟରେ ଗମ୍ଭାରିପାଲି ଗାଁ ନିକଟରେ ଦୁଇ ଜଣ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଗୁରୁତର ଥିବା ଛାତ୍ରଦ୍ୱୟ ହେଲେ କ୍ରିଷ୍ଣା ସାହୁ ଓ ସୌରଭ ବେହେରା। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, କ୍ରିଷ୍ଣା ଓ ସୌରଭ ଗମ୍ଭାରିପାଲି ଗାଁ ସ୍କୁଲରୁ ଘରକୁ ଚାଲି ଚାଲି ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଛାତ୍ରଦ୍ୱୟଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି | ତେବେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପୋଡି ଦେଇଥିବାର ସୂଚନା ମିଳିଛି |
ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ଡୁଙ୍ଗୁରିପାଲି ପୁଲିସ୍‌ ଗାଡି ଡ୍ରାଇଭର କିଶୋର ମଲ୍ଲିକକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking