27.1 C
Bhubaneswar
Friday, March 29, 2024
Homeଓଡିଶାନାଳରେ ଭାସିଗଲା କାର, ଡ୍ରାଇଭର ମୃତଦେହ ଉଦ୍ଧାର

ନାଳରେ ଭାସିଗଲା କାର, ଡ୍ରାଇଭର ମୃତଦେହ ଉଦ୍ଧାର

ମୟୁରଭଞ୍ଜ- ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡ଼ିହା ଗ୍ରାମପଞ୍ଚାୟତ ଜଂଜାଳି ଗ୍ରାମ ରାସ୍ତା ଦେଇ ବୋହି ଯାଇଥିବା ନାଳ ରେ ଏକ କାର ପାଣି ରେ ଭାସି ଯିବାରୁ ଜନକକ ଙ୍କ ମୃତ୍ୟୁ ଘଟିଛି।ଲଗାଣ ବର୍ଷାରେ ନାଳରେ ବଢି ଆସି ପୋଲ ଉପରେ ପାଣି ଚାଲିଥିବା ବେଳେ ବୁଧବାର ଅପରଂହ୍ନ ସମୟରେ ଓଡ଼ି ୦୫ ଏ ୯୮୮୯ ନମ୍ବର ଥିବା ଧଳା ରଙ୍ଗ ର କାର ଟି ପୋଲ ଉପରେ ପାରି ହେଉଥିବା ବେଳେ ପ୍ରୋଖର ବନ୍ୟା ପାଣି ସ୍ରୋତରେ ଭାସିଯାଇଥିଲା।ଫଳରେ କାର ଟି ଭାସିଯାଇ ପାଣିରେ ବୁଡି ଯାଇଥିବା ବେଳେ ପଲ ଠାରୁ କିଛି ଦୂରରେ ଚାଳକ ଜଣକ ଙ୍କ ମୃତ ଦେହ ଏକ ଗଛ ଦେହ ରେ ଲାଗି ରହିଥିଲା।ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ମୃତ ଯୁବକ ଜଣକୁ ଉଦ୍ଧାର କରିଛନ୍ତି।ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କାର ଟି କେଉଁଠି କୁ ଯାଉଥିଲା ତାହା ମଧ୍ୟ ଜଣ ଜଣାପଡିନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking