ସାଲେପୁର : ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଜଣେ ମୃତ । ୩ ଜଣ ଗୁରୁତର ହୋଇଛନ୍ତି । ମାହାଙ୍ଗା ଥାନା ପୋଡାମରେଇ ସିନ୍ଧୁପୁର ଛକରେ ଯୁବକର ଉନ୍ମୁତ୍ତ କାଣ୍ଡ । ରାତିରେ ଭସାଣି ଦେଖି ଫେରିବା ବେଳେ ୪ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ । ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅନ୍ୟ ୩ ଯୁବକ ଚିକିତ୍ସାଧୀନ । ଆକ୍ରମଣକାରୀ ଙ୍କୁ ଗିରଫ କରିଛି ପୋଲିସ । ଆକ୍ରମଣକାରୀ ମାନସିକ ବିକୃତ ଥିବା ପୋଲିସର ସୂଚନା ।