37.1 C
Bhubaneswar
Saturday, April 20, 2024
Homeଓଡିଶାଝାଡ଼ାବାନ୍ତିରେ ୪ ଆକ୍ରାନ୍ତ : ଜଣେ ମୃତ

ଝାଡ଼ାବାନ୍ତିରେ ୪ ଆକ୍ରାନ୍ତ : ଜଣେ ମୃତ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଉପାନ୍ତ କେନ୍ଦୁମୁଣ୍ଡତା ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତରେ ୪ଜଣ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ନକୂଳ ଜାଲ (୩୦) । ଅନ୍ୟପକ୍ଷରେ ବାକି ଆହତଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ନକୂଳଙ୍କୁ ସିକଲିନ ଥିବା ଓ ରକ୍ତହୀନତା ଯୋଗୁ ମୃତ୍ୟୁବରଣ କରିଥିବା ଡାକ୍ତର ଏସଏସ୍‍ ସାହୁ ପ୍ରକାଶ କରିଛନ୍ତି । ସେପଟେ ଖବରପାଇ ସ୍ୱାସ୍ଥ୍ୟ ବିଭାଗ ସେଠାରେ ପହଞ୍ôଚ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ବୁଝି ଅବଗତ ହୋଇଛି ।
ସୂଚନା ଅନୁଯାୟୀ, ସିନାପାଲି ସଦରମହକୁମା ଠାରୁ ୧୦ କିମି ଦୂର କେନ୍ଦୁମୁଣ୍ଡତା ଗାଁ ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଗାଁ’ରେ ଗୁରୁତର ଥିବା ସବନି ହଂସ (୩୦) ଖଗେଶ୍ୱର ହଂସ (୨) ଜଳଧର ବାଗ (୬୦) ପଞ୍ଚମୀ ଗହିର (୩୬) ରୁହନ୍ତି । ଏମାନେ ମଙ୍ଗଳବାର ରାତିରେ ଖାଇ ଶୋଇପଡ଼ିଥିଲେ । ତେବେ ମଧ୍ୟ ରାତ୍ରିରୁ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଏଥିରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ପଡ଼ୋଶୀ ବାସିନ୍ଦା ସମସ୍ତଙ୍କୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ହେବାରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ତେବେ ଝାଡ଼ାବାନ୍ତିର ପ୍ରକୃତ କାରଣ ନଳକୂପରୁ ପ୍ଲାରାଇଡ୍‍ ଯୁକ୍ତ ପାଣି ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ଏଭଳି ଘଟଣା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking