40.1 C
Bhubaneswar
Wednesday, April 24, 2024
Homeଓଡିଶାକୋଟିଏ ଟଙ୍କାର ଶୀତଳଭଣ୍ଡାର ଏବେ ଭୂତକୋଠି

କୋଟିଏ ଟଙ୍କାର ଶୀତଳଭଣ୍ଡାର ଏବେ ଭୂତକୋଠି

ବ୍ରହ୍ମପୁର: କୃଷି ଓ କୃଷକଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ଶୀତଳ ଭଣ୍ଡାରର ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି । ଏଭଳି ସ୍ଥିତିରେ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ଏକ ଶୀତଳ ଭଣ୍ଡାର ଗତ ୨୦୦୧ ମସିହାରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପ୍ରଶାସନିକ ଅବହେଳା ସାଙ୍ଗକୁ ଜନ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ଏତେ ବଡ଼ ଭିତ୍ତିଭୂମି ଦୀର୍ଘ ଦୁଇ ଦଶନ୍ଧି ଧରି ଅବ୍ୟବହୃତ ଅବସ୍ଥାରେ ରହିଛି । ଏହାର ଚତୁଃପାଶ୍ୱର୍ରେ ବିଭିନ୍ନ ଲଟାବୁଦା, ଗଛ ବଢ଼ି ଉଠିଛି । ପ୍ରାୟ ଏକ ଏକର ବିଶିଷ୍ଟ ଜାଗାରେ ରହିଥିବା ଏହି ବୃହତ୍ ଶୀତଳ ଭଣ୍ଡାରଟି ସଂପ୍ରତି ଭୂତକୋଠିରେ ପରିଣତ ହୋଇଛି । ଏକଦା ଏଠାରୁ ଦୈନିକ ଶତାଧିକ ଯାନବାହାନ ବିଭିନ୍ନ ଖାଦ୍ୟ ଶସ୍ୟ,ଆଳୁ,ପିଆଜ,ପନିପରିବା ଆଦି ନେଇ ବିଭିନ୍ନ ୃଅଞ୍ଚଳକୁ ଯାତାୟାତ କରୁଥିôଲା । ଲକ୍ଷାଧିକ ଟଙ୍କାର କାରବାର ହେଉଥିବା ଏହି ଅଞ୍ଚଳଟି ସରୀସୃପଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ଅନ୍ୟପକ୍ଷରେ ଏହାର ଆବଶ୍ୟକତା ଜିଲ୍ଳାର ସମଗ୍ର ଚାଷୀକୁଳ ପାଇଁ ରହିଛି ।

ଏହାର ଅଭାବରେ ଚାଷୀ ମାନେ ନିଜର ଉତ୍ପାଦ ଗୁଡିକ ଅତି ସ୍ୱଳ୍ପ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି । ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଶୀତଳଭଣ୍ଡାର,ଗୋଦାମର ନିର୍ମାଣ ପାଇଁ ସରକାର ତତ୍ପର ଅଛନ୍ତି ବୋଲି ଘୋଷଣା କରିଥିବା ବେଳେ ଅବ୍ୟବହୃତ ହୋଇ ରହିଥିବା ଏହି ଶୀତଳଭଣ୍ଡାରଟିର ପୁନରୁଦ୍ଧାର ପାଇଁ କେହି ଦୃଷ୍ଟି ଦେଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କୃଷକ ସମାଜ । ପ୍ରକାଶଯୋଗ୍ୟ ଯେ ଜିଲ୍ଳାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ହେଉଛି । ସେଗୁଡିକୁ ଗଛିତ ରଖି ବଜାରରେ ସଠିକ ଦର ପାଇବା ଯାଏଁ ଅପେକ୍ଷା କରିବା ଭଳି ସୁବିଧା ଚାଷୀ ପାଖରେ ଉପଲବ୍‌ଧ ହେଉନି ।

ଏହି ଅଭାବକୁ ପୂରଣ କରିବାରେ ଏହି ବିରାଟ ଶୀତଳ ଭଣ୍ଡାରଟି ସଂପୂର୍ଣ୍ଣ ଭାବେ ସମର୍ଥ ହେଲେ ବି ଏଥିପ୍ରତି ସରକାର ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ଏହି ଶୀତଳ ଭଣ୍ଡାରଟି ୧.୬୦ ଏକର ଅଞ୍ଚଳରେ ରହିଥିବା ବେଳେ ଏଠାରେ ମୋଟ ୩ ଏକର ଜମି ଏଥି ପାଇଁ ଉଦିଷ୍ଟ ରହିଛି । ଏତେ ବଡ଼ ଭି୍‌ତ୍ତିଭୂମି ଯୋଗେ କୃଷିର ବିକାଶ ପାଇଁ ଯେ କୌଣସି କାର୍ଯ୍ୟକ୍ରମ କରି ହୁଅନ୍ତା । ଜିଲ୍ଳା ସମବାୟ ବିଭାଗ ଅଧିନରେ ରହିଥିବା ଏହି ଭିତ୍ତିଭୁମି ସଂପର୍କରେ ଜିଲ୍ଳା ସମବାୟ ସମୁହର ଉପ ନିବନ୍ଧକ ବିଶ୍ୱରଞ୍ଜନା ଦାସ କହିଛନ୍ତି ଯେ ଏହାକୁ ପିପିପି ମୋଡରେ ଚାଲୁ କରିବା ପାଇଁ ଉଦ୍ୟମ ଗତ ୪ ବର୍ଷ ପୂର୍ବେ ହୋଇଥିଲା ।

କୌଣସି କାରଣ ବଶତଃ ଏହା ବାସ୍ତବ ରୂପ ନେଇପାରିଲା ନାହିଁ । ଏହାର ସଦବିନିଯୋଗ କରିବା ପାଇଁ ଏବେ ବି ପ୍ରସ୍ତାବ ସରକାରଙ୍କ ଅନୁଧ୍ୟାନରେ ରହିଛି । ସବୁଜ ସଙ୍କେତ ମିଳିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ଏବେ ବି ସେଠାରେ ମୂଲ୍ୟବାନ ଯନ୍ତ୍ରାଂଶ ସେଠାରେ ପଡ଼ିରହିଛି । ଗଞ୍ଜାମ  ଜିଲ୍ଳାରେ ପ୍ରଚୁର ପରିମାଣର ଖାଦ୍ୟ ସାମଗ୍ରୀ ଉତ୍ପାଦନ ହେଉଛି । ଏହି ଶୀତଳ ଭଣ୍ଡାରଟିକୁ ସଦବିନିଯୋଗ କରି ଏଠାରେ ବିଭିନ୍ନ କ୍ଷୁଦ୍ର ଖାଦ୍ୟ ସାମଗ୍ରୀର ପ୍ରକ୍ରିୟାକରଣ ଶିଳ୍ପର ସ୍ଥାପନା କରାଯାଇପାରିବ । ଏଥିରେ ବହୁ ଯୁବ ଉଦ୍ୟୋଗୀଙ୍କୁ ଷ୍ଟାଟଅପ୍  ପ୍ରକ୍ରିୟାରେ ନିଯୁକ୍ତି ସୁଯୋଗ ବି ମିଳିପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଳାପାଳ ନିଜେ ଜଣେ ଚାଷୀ ପରିବାରରୁ ଆସିଥିôବାରୁ ଏହି ସତ୍ୟତାକୁ ହୃଦୟଙ୍ଗମ କରି ଏହାର ପୁନରୁଦ୍ଧାର ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଳରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking