ନୂଆଦିଲ୍ଲୀ: ଗୁଜୁରାଟରେ ଘୂର୍ଣ୍ଣିବଳୟ ‘ତାଉକ୍ ତେ’ ଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ତୁରନ୍ତ ରିଲିଫ୍ କାର୍ଯ୍ୟ ପାଇଁ 1000 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହିତ କେନ୍ଦ୍ର କ୍ୟାବିନେଟର ଏକ ମନ୍ତ୍ରୀସ୍ତରୀୟ ଦଳ ରାଜ୍ୟକୁ ପରିଦର୍ଶନ କରିବା ପାଇଁ ‘’ତାଉକ୍ ତେ’’ କାରଣରୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ପଠାଯିବ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। PMO ଏହା ମଧ୍ୟ ସୂଚନା ଦେଇଛି ଯେ ସାଇକ୍ଲୋନିକ୍ ଝଡ ଡ଼ ‘ତାଉକ୍ ତେ’ ଯୋଗୁଁ ମୃତ୍ୟୁବରଣ କରିଥିବା ପରିବାରକୁ 2 ଲକ୍ଷ ଟଙ୍କା ଏବଂ ସମଗ୍ର ଦେଶରେ ପ୍ରଭାବିତମାନଙ୍କୁ 50,000 ଟଙ୍କା ପ୍ରଦାନ କରାଯିବ। ଗୁଜୁରାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଜ୍ୟରେ କରୋନା ଭୁତାଣୁ କୁ ସମୀକ୍ଷା କରିଛନ୍ତି।