30.1 C
Bhubaneswar
Wednesday, April 24, 2024
Homeଓଡିଶାସେଲ୍ଫି ହେଲା କାଳ, ବୈତରଣୀ ନଦୀର ଚୋରା ବାଲିରେ ଭାସିଯାଇ ଜଣେ ନିଖୋଜ

ସେଲ୍ଫି ହେଲା କାଳ, ବୈତରଣୀ ନଦୀର ଚୋରା ବାଲିରେ ଭାସିଯାଇ ଜଣେ ନିଖୋଜ

ମୟୂରଭଞ୍ଜ – ବୈତରଣୀ ନଦୀର ଚୋରା ବାଲିରେ ସୁନାଖମ୍ବ ବୁଲିବାକୁ ଆସି ସେଲଫି ନେବା ବେଳେ ନଦୀରେ ଖସିପଡି ଜଣେ ଯୁବକ ନିଖୋଜ ଥିବା ବେଳେ ଜଣେ ଯୁବକ ଉଦ୍ଧାର ହୋଇଥିବାର ଜଣାଯାଇଛି।ଉପରବେଳା ବର୍ଷା ହେବାରୁ ବୈତରଣୀ ନଦୀରେ ଜଳସ୍ରୋତ ବଢିଯାଇ ଥିବାରୁ ଯୁବକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନାହିଁ l ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ରାତି ୯ ଟା ଯାଏଁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା l ତେବେ ଆଜି ମଧ୍ୟ ନଦୀଜଳରେ ଖୋଜାଖୋଜି ଜାରୀ ରହିଛି।

ଘଟଣାରୁ ପ୍ରକାଶଯେ, କରଞ୍ଜିଆର ଅଙ୍କିତ ପେ୍ରିୱାଲଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଶ୍ରୀରାମ ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହାରପୁର ପଞ୍ଚାୟତ ଅଧୀନରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସାନଖମ୍ବ ବୁଲିବାକୁ ଆସିଥିଲେ l ସେଲ୍ଫି ଫଟୋ ଉଠାଉଥିବାବେଳେ ସମ୍ପର୍କୀୟ ସହିତ ପାଣିରେ ଖସି ପଡ଼ିଥିଲେ l ତେବେ ସାଙ୍ଗମାନେ ଜଣକୁ ଉଦ୍ଧାର କରିପାରିଥିବାବେଳେ ଶ୍ରୀରାମ ଭାସି ଯାଇଥିଲା l ଶ୍ରୀରାମଙ୍କ ବୟସ  ୨୦ ବର୍ଷ ହେବ ବୋଲି କୁହାଯାଉଛି l  ଶ୍ରୀରାମ ଝାରଖଣ୍ଡ ରାଜ୍ୟ ଚାଇଁବସା ଅଞ୍ଚଳରୁ ସମ୍ପର୍କୀୟଙ୍କ ଘର କରଞ୍ଜିଆକୁ ଆସି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସୁନାଖମ୍ବ ବୁଲିବାକୁ ଆସି ଆଜି ପ୍ରାୟ ଦିନ ୨ଟା ପାଖାପାଖିରେ ବୈତରଣୀ ନଦୀର ଚୋରା ବାଲିରେ ଖସି ନିଖୋଜ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking