32.8 C
Bhubaneswar
Tuesday, April 16, 2024
Homeଓଡିଶାଜଣେ ବିଡିଓ , ଦୁଇ ଜଣ ସରପଂଚ ନିଲମ୍ବିତ

ଜଣେ ବିଡିଓ , ଦୁଇ ଜଣ ସରପଂଚ ନିଲମ୍ବିତ

ଭୁବନେଶ୍ୱର : ଜଣେ ବିଡିଓ ଏବଂ ଦୁଇ ଜଣ ସରପଂଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି । ଏ ନେଇ
ଗଣ ମାଧ୍ୟମକୁ ସୂଚନା ଦେଇ ପଂଚାୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡିଓ ରବିନ୍ଦ୍ର କୁମାର ଶତପଥୀ , ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ କେଦାରପୁର ଜିପି ସରପଂଚ ଅଭିମନ୍ୟୁ ଜେନା ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡା ଜିପି ସରପଂଚ ଉସାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଛି ।
ବିଡିଓ ଶ୍ରୀ ଶତପଥୀଙ୍କୁ ପଂଚାୟତି ରାଜ ଓ ପାନୀୟଜଳ ବିଭାଗ ତରଫରୁ ପିଏମ୍‌ଏୱାଇ ସଂପର୍କରେ ଜାରି ମାର୍ଗଦର୍ଶିକା ପାଳନ ନକରିବା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ସେହିପରି ସପରଂଚ ଶ୍ରୀ ଉସାନ୍ତ ସାହୁ ବେଆଇନ ଆୟବହିର୍ଭୁତ ସଂମ୍ପତି ଠୁଳ କରିବା ଏବଂ ସରପଂଚ ଶ୍ରୀ ଅଭିମନ୍ୟୁ ଜେନା ଆର୍ଥିକ ଅନିୟମିତତା ନିମନ୍ତେ ନିଲମ୍ବନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking