37.1 C
Bhubaneswar
Saturday, April 20, 2024
Homeଅପରାଧକରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ:କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ଘଟାଇ ପଳାଇଥିଲା ଆବୁଧାବି

କରୋନା ଧରାଇଲା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ:କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ଘଟାଇ ପଳାଇଥିଲା ଆବୁଧାବି

କେନ୍ଦ୍ରାପଡ଼ା : କରୋନା ଧରାଇ ଦେଇଛି ବର୍ଷେ ତଳେ କେନ୍ଦ୍ରାପଡ଼ା ସହରରେ ହୋଇଥିବା ଏକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ । ଗୁଳିକାଣ୍ଡ ଘଟାଇବା ପରେ ଏହି ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ାରୁ ଫେରାର ହୋଇ ଆବୁଧାବି ପଳାଇଯାଇଥିଲା। ସେଠାରେ ସେ ଲୁଚି ରହି ଏକ ଘରୋଇ କମ୍ପାନୀରେ ଚାକିର କରୁଥିଲା। କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ସେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ଅଭିଯୁକ୍ତ ଆବୁଧାବୀରୁ ବିମାନ େଯାଗେ ଭୁବନେଶ୍ବର ପର୍ଯ୍ୟନ୍ତ ପେରିଥିଲେ ବି ଘରକୁ ଯାଇପାରିନାହିଁ । ବିମାନରୁ ସେ ଓହହ୍ଲାଇବା ପରେ ବିଜୁ ପଟ୍ଟନାଳୟକ ବିମାନ ବନ୍ଦରରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଦ୍ବାରା ଗିରଫ ହୋଇଛି। ଗତ ବର୍ଷେ ତଳେ ଜୁଲାଇ ମାସ ୧୪ ତାରିଖ ରାତିରେ କେନ୍ଦ୍ରାପଡ଼ାର ତିନିମୁହଁାଣୀ ବଜାର କମିଟିର ସଭାପତି ବାବୁଲି ମହାରଣା ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଦଣ୍ଡାମୁଣ୍ଡ ଛକରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ବାବୁଲି ଗୁରୁତତର ଆହତ ହୋଇଥିଲେ ଓ ସେ କଟକ ବଡ଼ଡାକ୍ତରଖାନାରେ ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ। ଦୁର୍ବୃତମାନେ ବାବୁଲି ଉପରେ ଗୁଳିମାଡ଼ କରିବା ପରେ ଫେରାର ହୋଇଯାଇଥିଲେ। ବାବୁଲି ବଜରଙ୍ଗ ଦଳରେ ସଦସ୍ୟ ହୋଇଥିବାରୁ କେନ୍ଦ୍ରପଡ଼ା ସଦର ଥାନା ପୁଲିସ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ତନାଘନା କରିଥିଲା। ଏହି ମାମଲାରେ ପୁଲିସ ୨୨ ଜଣଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ଏହା ମଧ୍ୟରେ ୨୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତ କେକନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଜୟିପୁରା ଗାଁର ସେକ ସର୍ଫରାଜକୁ ଗିରଫ କରିପାରିନଥିଲା। ସେକ ସର୍ଫରାଜ ଗୁଳିକାଣ୍ଡ ଘଟାଇବା ପରେ ଗତ ବର୍ଷ ଅଗଷ୍ଟ ମାସରେ ନୂଆ ପାସ୍ପୋର୍ଟ କରି ଅବୁଧାବୀ ଚାଲିଯାଇଥିଲା ଓ ସେଠାରେ ସେ ଏକ ଘରୋଇ କମ୍ପାନୀରେ ଚାକିର କରୁଥିଲା। କିନ୍ତୁ କରୋନା ଯୋଗୁ କମ୍ପାନୀ ବନ୍ଦ ହୋଇଯିବାରୁ ସର୍ଫରାଜ ଘରବାହୁଡ଼ା କରିବାକୁ ବାଧ୍ୟ ହୋଇଥିଲା। ସର୍ଫରାଜ ବିମାନ ଯୋଗେ ଓଡ଼ିଶା ଫେରୁଥିବା ନେଇ କେନ୍ଦ୍ରାପଡା ସଦର ଥାନା ପୁଲିସ ଆଗୁଆ ସୂଚନା ପାଇ ଭୁବନେଶ୍ବରର ବିଜୁପଟ୍ଟନାୟକ ବିମାନ ବନ୍ଦର ନିକଟରେ ଜଗି ରହିଥିଲା ଓ ସର୍ଫରାଜ ବିମାନରୁ ଓହ୍ଲାଇବା କ୍ଷଣି ତାକୁ ଗିରଫ କରିଥିଲା। ସର୍ଫରାଜକୁ ଗିରଫ କରିବା ପରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଭୁବନେଶ୍ବରରୁ ଥାନାକୁ ଆଣି ଏକ ସ୍ବତନ୍ର ସେଲରେ ରଖୀଥିଲା। ତେବେ ସର୍ଫରାଜକୁ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ଜାଣିବା ପାଇଁ ତା’ର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏବେ ଅଭିଯୁକ୍ତ ସର୍ଫରାଜକୁ ପୁଲିସ ଏକ ଗୁପ୍ତ ସ୍ଥାନରେ ସଙ୍ଗରୋଧରେ ରଖୀଥିବା ସୂଚନା ମିଳିିଛି। ତେବେ ଅଭିଯୁକକ୍ତ ସର୍ଫରାଜକୁ କେଉଁଠାରେ ସଙ୍ଗରୋଧରେ ରଖୀଛି ସେ ନେଇ କୌଣସି ସୂଚନା ଦେଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking