37.2 C
Bhubaneswar
Friday, April 19, 2024
Homeଅପରାଧପ୍ରଶାନ୍ତ ପରଡିଆ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିରଫ

ପ୍ରଶାନ୍ତ ପରଡିଆ ହତ୍ୟାକାଣ୍ଡରେ ଅଭିଯୁକ୍ତ ଗିରଫ

ବରଗଡ଼ : ପ୍ରଶାନ୍ତ ପରଡିଆ ହତ୍ୟାକାଣ୍ଡରେ ବରପାଲି ପୁଲିସକୁ ସଫଳତା ମିଳିଛି । ପୁଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ମୋଟରସାଇକେଲ ଏବଂ ମୋବାଇଲ ଚୋରିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି ।
ସେହିପରି ଗିରଫ ଯୁବକ ଜଣକ ବରଗଡ଼ ସହର ୱାର୍ଡ ନମ୍ବର ୨ ର କଏଁରୁ ଓରଫ ରାହୁଲ ବେହେରା ବୋଲି ସୂଚନା ଦେବାସହ ତା’ ଠାରୁ ହତ୍ୟାରେ ବ୍ୟବହୃତ ଫ୍ଲୋଡିଙ୍ଗ ଲୁହା ରଡ, ମୃତକର ପର୍ସ, ଦୁଇଟି ମୋବାଇଲ, ଗୋଟିଏ ମୋଟରସାଇକେଲ ଏବଂ ଗୋଟିଏ ସ୍କୁଟି ଜବତ କରିଛି । ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ବରପାଲି ଜଗନ୍ନାଥ ନଗରରେ ପୁଲିସ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଯୁବକଙ୍କୁ ଲୁହା ରଡରେ ମାଡ ମାରି ହତ୍ୟା କରାଯାଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଥିଲା । ୭୨ ଘଣ୍ଟା ମଧ୍ୟରେ ଯୁବକଙ୍କୁ ପୁଲିସ ଜାଣି ପାରିବା ସହ ମୃତକ ଜଣକ ବରଗଡ଼ ୱାର୍ଡ ନମ୍ବର ୨ ର ପ୍ରଶାନ୍ତ ପରଡିଆ ବୋଲି ଜାଣିପାରିଥିଲା । ବରପାଲି ପୁଲିସ ତଦନ୍ତ ଜାରି ରଖିବାସହ ଅଭିଯୁକ୍ତ କଏଁରୁ ଓରଫ ରାହୁଲ ବେହେରାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ମୃତ ପ୍ରଶାନ୍ତ ଏବଂ ରାହୁଲ ସାଙ୍ଗ ଥିବା ବେଳେ ଚୋରି ମୋଟରସାଇକେଲ ଏବଂ ଚୋରି ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତରଫରୁ ସୂଚନା ମିଳିଛିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking