29.1 C
Bhubaneswar
Saturday, April 20, 2024
Homeଅପରାଧଦୁଇ ବନ୍ଧୁକ ସହ ଜଣେ ଗିରଫ

ଦୁଇ ବନ୍ଧୁକ ସହ ଜଣେ ଗିରଫ

ଦେବଗଡ଼ ​: ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ କୈଳାସ ଗ୍ରାମରୁ ଦେବଗଡ଼ ଥାନା ପୁଲିସ ଦୁଇଟି ଗୁଲିଭର୍ତି ବନ୍ଧୁକ ଜବତ କରିବାସହ ସେହି ଗ୍ରାମର ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l ଏ ନେଇ ଆଜି ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି l ସୂଚନା ଅନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ଗ୍ରାମର ଦୁଲାଲ ରଣା (45)ନାମକ ଜଣେ ବ୍ୟକ୍ତି ନିଜ ଘରେ ବେଆଇନ ଭାବେ ବନ୍ଧୁକ ରଖିଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଏସପି ଶ୍ରୀ ପାଇକରାୟ ଙ୍କ ନିର୍ଦେଶରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସ୍ପେସିଆଲ ସ୍କ୍ୱାର୍ଡ ସହ ଗତକାଲି ଦୁଲାଲଙ୍କ ଘରେ ଚଢ଼ଉ କରିଥିଲେ l ଚଢ଼ଉ ସମୟରେ ଦୁଲାଲ ଙ୍କ ଘରୁ ଦୁଇଟି ଗୁଲିଭର୍ତି ବେଆଇନ ବନ୍ଧୁକ ଜବତ କରିବାସହ ଦୁଲାଲଙ୍କୁ ଗିରଫ କରି ଥିଲେ l ପୂର୍ବରୁ ଉକ୍ତ ଅଂଚଳ ମାଓ ପ୍ରବଣ ଥିବାରୁ ବନ୍ଧୁକ କେଉଁଠୁ ଆସିଲା ଏବଂ କେଉଁ ଉଦେଶ୍ୟ ରେ ଦୁଲାଲ ଦୁଇ ଦୁଇ ଟି ବେଆଇନ ବନ୍ଧୁକ ରଖିଥିଲା ସେନେଇ ସ୍ପେଶାଲ ସ୍କ୍ୱାର୍ଡ ପଚରା ଉଚୁରା କରିବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼ିଆଇବି ଡିଏସପି ପ୍ରଦିପ କୁମାର କେର୍କେଟା,ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ମାମଲାର ତଦନ୍ତ ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ଉପସ୍ଥିତ ରହିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking