30.1 C
Bhubaneswar
Thursday, April 25, 2024
Homeଅପରାଧ୬୮ଗ୍ରାମ ବ୍ରାଉନସୁଗର ଜବତ : ଜଣେ ଗିରଫ

୬୮ଗ୍ରାମ ବ୍ରାଉନସୁଗର ଜବତ : ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ତଳେ ଛାନୁଆ ଅଞ୍ଚଳରୁ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ଜଣେ ବ୍ରାଉନସୁଗର ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ମଙ୍ଗଳବାର ପୁଣି ବାଲେଶ୍ୱର ଅବକାରୀ ବିଭାଗର ମୋବାଇଲ ଫ୍ଲାଇଙ୍ଗ ସ୍କ୍ୱାଡ ଜଳେଶ୍ୱର ଥାନା ଅର୍ନ୍ତଗତ ରାଜପୁର ଅଞ୍ଚଳରେ ଚଢ଼ଉ କରି ୬୮ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଉଛନ୍ତି ରାଜପୁର ଅଞ୍ଚଳର ଇଦ୍ରିଶ ଖାନ୍‌ଙ୍କ ପୁଅ ଆବାସ ଖାନ୍‌(୩୦) । ଏନେଇ ଅବକାରୀ ବିଭାଗ ଏନ୍‌ଡିପିଏସ୍ ଆକ୍ଟ ବଳରେ ଏକ ମାମଲା ରୁଜୁ କରି ଆବାସଙ୍କୁ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ଜଳେଶ୍ୱର ଥାନା ଅର୍ନ୍ତଗତ ରାଇପୁର ଅଞ୍ଚଳରେ ବ୍ୟାପକ କରିମାଣରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଅବକାରୀ ବିଭାଗ ନିକଟରେ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ବାଲେଶ୍ୱର ଅବକାରୀ ବିଭାଗର ମୋବାଇଲ ଫ୍ଲାଇଙ୍ଗ ସ୍କ୍ୱାଡ, ବସ୍ତା ଅବକାରୀ ବିଭାଗ ଏବଂ ଜଳେଶ୍ୱର ପୁଲିସ ମିଳିତ ଭାବେ ରାଜପୁର ଅଞ୍ଚଳରେ ଚଢ଼ଉ କରିଥିଲା । ଏହି ଚଢ଼ଉ ସମୟରେ ଆବାସ ଖାନ୍ ଗୋଟିଏ ଡବାରେ କିଛି ବ୍ରାଉନସୁଗାର ରଖି ଘରୁ ବାହାରି ପଳାଇଯାଉଥିଲା । ଅବକାରୀ କର୍ମଚାରୀମାନେ ତାଙ୍କୁ ଧରି ତାଙ୍କଠାରୁ ବ୍ରାଉନସୁଗର ଜବତ କରିଥିଲେ । ଜବତ ବ୍ରାଉନସୁଗରର ପରିମାଣ ୬୮ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ୬ଲକ୍ଷ ୮୦ହଜାର ଟଙ୍କା ହେବ ବୋଲି ଜଣାଯାଇଛି । ଆବାସ ଏହି ବ୍ରାଉନସୁଗର ବସ୍ତା ଅଞ୍ଚଳରୁ ଆଣି ଏଠାରେ ବିକ୍ରୀ କରୁଥିଲା ବୋଲି ଅବକାରୀ ବିଭାଗ କହିଛି । ବାଲେଶ୍ୱର ଅବକାରୀ ବିଭାଗର ମୋବାଇଲ ଫ୍ଲାଇଙ୍ଗ ସ୍କ୍ୱାଡ ଅଧିକାରୀ ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ବସ୍ତା ଓଆଇସି ଆନପା ମାର୍ଣ୍ଡି,ଏଏସ୍‌ଆଇ ଭାସ୍କରଚନ୍ଦ୍ର ବେହେରା, ଚନ୍ଦ୍ରମୋହନ ସେଠୀଙ୍କ ସହ ପ୍ରହଲ୍ଲାଦ ବିଶ୍ୱାଳ, ଅଞ୍ଜନ କୁମାର ଜେନା, ବାପି ରାଉତ, ସେକ କଲିମ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking