29.1 C
Bhubaneswar
Thursday, April 25, 2024
Homeଅପରାଧସୁଧ ଟଙ୍କା ପାଇଁ ଯୁବକଙ୍କୁ ମାଡ଼ : ସାହୁକାର ଗିରଫ

ସୁଧ ଟଙ୍କା ପାଇଁ ଯୁବକଙ୍କୁ ମାଡ଼ : ସାହୁକାର ଗିରଫ

ରାଜନଗର : ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଧାମାଳିପୁର ଗାଁର ଗାଁ ସାହୁକାର ତପନ ମଣ୍ଡଳଙ୍କୁ ପୁଲିସ ଆଜି ଗିରଫ କରିଛି । ତପନଙ୍କ ଠାରୁ ସେହି ଗାଁର ବାବୁଲାଲ ମଣ୍ଡଳ ୩ ଲକ୍ଷ ୫୦ ହଜାର ଟଙ୍କା ସୁଧରେ ନେଇଥିଲେ । ସୁଧ ମୂଳ ସହ ୪ଲକ୍ଷ ୬୦ହଜାର ଟଙ୍କା ଫେରାଇ ସାରିଛନ୍ତି । ଆଉ ୨ ଲକ୍ଷ ୬୦ହଜାର ହଜାର ଟଙ୍କା ସୁଧ ଦାବି କରି ଆସୁଥିଲେ ତପନ । ଶୁକ୍ରବାର ବାବୁଲାଲ ତାଙ୍କ ପତ୍ନୀ ମାଳତୀଙ୍କ ସହିତ ତାଳଚୁଆ ଆସୁଥିଲେ । ତପନ ତାଙ୍କ ଘର ନିକଟରେ ବାବୁଲାଲଙ୍କ ମୋଟରସାଇକେଲ ଅଟକାଇଥିଲେ । ବାବୁଲାଲ ଅଟକିବା ପରେ ମୋଟର ସାଇକେଲ ଛଡାଇ ନେଇ ମାଡ ମାରିଥିଲେ । ମାଡ ମାରିବା ସହ ତାଙ୍କ ପକେଟରେ ଥିବା ଟଙ୍କା ଓ ସୁନାଚେନକୁ ଛଡାଇ ନେଇଥିଲେ । ତପନ ତାଙ୍କ ଭାଇ ପ୍ରଦୀପ ମଣ୍ଡଳ ଓ ତପନଙ୍କ ସ୍ତ୍ରୀ ବାବୁବାଲଙ୍କୁ ବାନ୍ଧି ଘର ଭିତରେ ପୁରାଇ ତାଲା ପକାଇ ଦେଇଥିଲେ । ବାବୁଲାଲଙ୍କ ସ୍ତ୍ରୀ ସେଠାରୁ ଖସିଆସି ତାଳଚୁଆ ସାମୁଦ୍ରିକ ଥାନାକୁ ଫୋନ କରିଥିଲେ । ତାଳଚୁଆ ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ସଦଳବଳେ ସେଠାରେ ପହଞ୍ଚିଥିôଲେ । ପୁଲିସ ଚାବି ଖୋଲି ବାବୁଲାଲଙ୍କୁ ଉଦ୍ଧାର କରି ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଘଟଣାରେ ତାଳଚୁଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତପନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking