37.1 C
Bhubaneswar
Thursday, March 28, 2024
Homeଅପରାଧବିସ୍ଫୋରକ ଜବତ,ଜଣେ ଗିରଫ

ବିସ୍ଫୋରକ ଜବତ,ଜଣେ ଗିରଫ

କୋରାପୁଟ : ଏକ ଯାତ୍ରାବାହି ଅଟୋରିକ୍ସାରେ ବେଆଇନ୍ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସେମିଲିଗୁଡା ପୁଲିସ୍ ଜବତ କରିବା ସହ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ୧୦ଜଣ ଅଭିଯୁକ୍ତ ଫେରାର୍ ହୋଇ ଯାଇଥିବା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଏକ ଅଟୋରିକ୍ସାରେ କେତେକ ବ୍ୟକ୍ତି ବେଆଇନ୍ ଭାବେ ବିସ୍ଫୋରକ ସାମଗ୍ରୀ ନେଉଥିବା ଖବର ପାଇ ଥାନା ଅଧିକାରୀ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ପୃକ୍ତ ଅଟୋକୁ ପିଛା କରି ଧରିଥିଲା । ଯାଂଚ ସମୟରେ ଅଟୋରିକ୍ସାରୁ ପୁଲିସ୍ ୧୦ ଡିଟୋନେଟର୍‌,୨୧ ଇଲେକ୍ଟୋନିକ୍ସ ଡିଟୋନେଟର୍‌, ୨୫ ମିମି ଜିଲୋଟିନ୍ ଷ୍ଟିକ୍ ୧୭ଟି ସମେତ ଇଲେକ୍ଟ୍ରିକାଲ୍ ଚାର୍ଜର୍ , ଲୁହା ତିଆରି ଅସ୍ତ୍ର ଘାଗଡା,୨୦ ମିଟର ବିଦ୍ୟୁତ୍ ତାର, ମଶାରୀ ଓ ମାଛଧରା ଜାଲ ଉଦ୍ଧାର କରିଥିଲା । ଘଟଣାରେ ପୁଲିସ୍ ସେମିଲିଗୁଡା ଥାନା ପାକଝୋଲା ଗ୍ରାମର ସଂଜୟ କୁମାର ନାୟକ(୨୯)କୁ ଗିରଫ କରିବା ସହ ଅଟୋରିକ୍ସା ସମେତ ସମସ୍ତ ସାମଗ୍ରୀକୁ ଜବତ କରିଛି । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ୧୦ଜଣ ଫେରାର୍ ହୋଇ ଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking