30 C
Bhubaneswar
Tuesday, April 16, 2024
Homeଓଡିଶାଆଉଥରେ ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଆଉଥରେ ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର : କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବା ବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ କରାଯିବ । ଏନେଇ ବିଧାନସଭାର ସବୁ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି କରିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ବିଧାନସଭା ପରିସରରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାୟକ, ସେମାନଙ୍କ ଡ୍ରାଇଭର, ପିଏସଓ, ଅଫିସର ଓ କର୍ମଚାରୀଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ।

ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୭୭୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୪୮ ଓ ସ୍ଥାନୀୟ ଅଞ୍ଚଳରୁ ୩୨୩ ଜଣ ଚିହ୍ନଟ ହେବା ସହ ୧୧୭ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୧ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ୧୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, ବୌଦ୍ଧ ଜିଲ୍ଲାରୁ ଜଣ, କଟକ ଜିଲ୍ଲାରୁ ୭୧ ଜଣ, ଦେବଗଡ଼ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ଜଣ, ଗଜପତି ଜିଲ୍ଲାରୁ , ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୬ଜଣ, ଯାଜପୁର ଜିଲ୍ଲାରୁ ୩୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧ଜଣ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ, କେନ୍ଦୁଝର ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨୭ ଜଣ, କୋରାପୁଟ ଜିଲ୍ଲାରୁ ୧୧ଜଣ, ମାଲକାନଗିରି ଜିଲ୍ଲାରୁ ୩ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ଜଣ, ନୂଆପଡା ଜିଲ୍ଲାରୁ ୧ଜଣ ,ପୁରୀ ଜିଲ୍ଲାରୁ ୨୧ ଜଣ, ରାୟଗଡ଼ ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୧୭ ଜଣ, ସୋନେପୁର ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, ଷ୍ଟେଟ ପୁଲ୍‌ରୁ ୭୬ ଜଣ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking