30.1 C
Bhubaneswar
Thursday, April 25, 2024
Homeଓଡିଶାଓମିକ୍ରନ ପଜିଟିଭ ରୋଗୀ ମଧ୍ୟ ଗୃହ ସଂଗରୋଧରେ ରହିପାରିବେ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ପଜିଟିଭ ରୋଗୀ ମଧ୍ୟ ଗୃହ ସଂଗରୋଧରେ ରହିପାରିବେ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ଓମିକ୍ରନ ପଜିଟିଭ ରୋଗୀ ମଧ୍ୟ ଗୃହ ସଙ୍ଗରୋଧରେ ରହିପାରିବେ । ୭ ଦିନ ମଧ୍ୟରେ ୩ ଦିନ ଲଗାତାର ଜ୍ୱର ନ ଆସିଲେ ସଙ୍ଗରୋଧରୁ ମୁକୁଳି ପାରିବେ । ଜଣେ ସଂକ୍ରମିତ ରୋଗୀ ୫ ରୁ ୭ ଦିନ ମଧ୍ୟରେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର କ୍ଷମତା ରହିଛି । ତେଣୁ ସଙ୍ଗରୋଧ ଏବଂ କୋଭିଡ ନିୟମାବଳୀକୁ ସଠିକ୍ ଭାବେ ଅବଲମ୍ବନ କରିବାକୁ  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି । କୋଭିଡ ଏବଂ ଓମିକ୍ରନର ଚିକିତ୍ସା ପ୍ରଣାଳୀ ଭିନ୍ନ ନୁହଁ । ବିଶେଷ କରି କୋଭିଡରୁ ମୁକ୍ତି ପାଇଁ  ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍‌ମେଣ୍ଟ, କୋଭିଡ ନିୟମ ପାଳନ ଏବଂ ସତର୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ତେବେ ୩ ଟି ଉଦ୍ଦେଶ୍ୟରେ ଟେଷ୍ଟିଂ କରାଯାଉଛି । ଓମିକ୍ରନର ୫୦ରୁ ଅଧିକ ମ୍ୟୁଟେସନ ହୋଇଛି । ତୃତୀୟ ଲହରରେ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ଲୋକ ହସ୍ପିଟାଲ ଯାଉଛନ୍ତି । ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ପିନ୍ଧିବା ଏବଂ କୋଭିଡ ନିୟମକୁ ପାଳନ କରିବାକୁ  ଡା. ମିଶ୍ର ପରାମର୍ଶ ଦେଇଛନ୍ତି । ଗତ ୫ରୁ ୬ ଦିନ ପୂର୍ବରୁ ରାଜ୍ୟରେ ତୃତୀୟ ଲହରର ପିକ୍ ଅତିକ୍ରମ କରିସାରିଛି । ଯେଉଁଭଳି ଭାବେ ଦୈନିକ ସଂକ୍ରମଣ କମୁଛି ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହିଛି ଏବଂ ଏହା ଏହିଭଳି ଚାଲିବ ।

ଆଗାମୀ ସପ୍ତାହ ସୁଦ୍ଧା କେସ୍ ଲୋଡ ବହୁତ କମି ଆସିବ । ଫେବୃଆରୀ ୧୫ ସୁଦ୍ଧା ୩ୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବା ନେଇ ସେ କହିଛନ୍ତି । ପୁନଃ ସଂକ୍ରମଣକୁ ନେଇ ସେ କହିଛନ୍ତି ଯେ ୟୁକେ ସରକାର ଓମିକ୍ରନ ବିଏ-୨କୁ ଭାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଘୋଷଣା କରିଛନ୍ତି । ଡେନମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଏହି ସବ-ଭାରିଏଣ୍ଟ ଭାରତରେ ମଧ୍ୟ ଦେଖାଦେଇଛି । କୌଣସି ଲୋକକୁ ଯଦି ଓମିକ୍ରନ ବିଏ -୧ ହୋଇଥାଏ ତାକୁ ବିଏ -୨ ମଧ୍ୟ ହୋଇପାରେ । ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ । କେବଳ ପୁଣି ଥରେ ସଂକ୍ରମଣ କରାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking