34.1 C
Bhubaneswar
Friday, March 29, 2024
Homeଓଡିଶାଅଲମ୍ପିକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟର ଯୁବପିଢୀଙ୍କୁ ଆହ୍ୱାନ ଦେଲେ ଯୁବମୋର୍ଚ୍ଚା ସଭାପତି ଇରାସିସ...

ଅଲମ୍ପିକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟର ଯୁବପିଢୀଙ୍କୁ ଆହ୍ୱାନ ଦେଲେ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ

 ଟୋକିଓ ଅଲମ୍ପିକ ୨୦୨୦ରେ କ୍ରୀଡାଜଗତର ୧୨୭ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରି ଦେଶ ପାଇଁ ଏକ ବିଶାଳ ଏବଂ
ନୂତନ ସମ୍ବାବ୍ୟ ଆଣିବାକୁ ଯାଉଛନ୍ତି
ଭୁବନେଶ୍ୱର,  : ଓଡିଶା ଅପାର ସମ୍ଭାବନାର ରାଜ୍ୟ । ରାଜ୍ୟର ଯୁବକ ଯୁବତୀମାନେ ସବୁ କ୍ଷେତ୍ରରେ ପ୍ରତିଭାଶାଳୀ ଓ ପ୍ରଗତି ଶାଳୀ ।
ବିଗତ ଦିନରେ ଓଡିଶାର ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ମାଇକେଲ କିଣ୍ଡୋଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀପ ତିର୍କୀ ଓ
ଲାଜରୁଶ ବାଲା ଏବଂ ଦୂତୀ ଚାନ୍ଦଙ୍କ ଭଳି ବହୁ ପ୍ରସିଦ୍ଧ ଖେଳାଳି ଓଡିଶାରୁ ନିଜର ଅଲମ୍ପିକ ଯାତ୍ରା ଆରମ୍ଭ କରି ବିଶ୍ୱ ଦରବାରରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ।
ଚଳିତ ବର୍ଷ କୋଭିଡ ମହାମାରୀ ସତ୍ୱେ ଓଡିଶାର ୪ ଜଣ ଖେଳାଳି ଦୂତୀ ଚାନ୍ଦ, ଦୀପଗ୍ରାସ ଏକ୍କା, ବିରେନ୍ଦ୍ର ଲାକ୍ରା, ଅମିତ ରୋହୀଦଶ ଟୋକିଓ ଅଲମ୍ପିକ –
୨୦୨୦ରେ ଅଂଶ୍ର ଗ୍ରହଣ କରିବାକୁ ଯାଉଛନ୍ତି । କୋଭିଡ କାରଣରୁ ବିନା ଦର୍ଶକରେ ଅଲମ୍ପିକ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବୋଳେ ଭାରତୀୟ ଜନତା
ଯୁବମୋର୍ଚ୍ଚା ଏକ ଅଭିନବ ଉପାୟରେ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଯୁବମୋର୍ଚ୍ଚା
ପକ୍ଷରୁ ଏକ ୱେବସାଇଟ ମଷରରକ୍ସ୪ସଦ୍ଭୟସବ.ଭହଚ୍ଚଜ୍ଞ.କ୍ଟକ୍ସଶ ଲଂଚ କରାଯିବା ସହ ଈଔଣଗ’ଗ୍ଦ ୰ଉଷରରକ୍ସ୪ଓଦ୍ଭୟସବ – ଈର କ୍ଷସଳର ବଦ୍ଭ ଙକ୍ଷଚ୍ଚଜ୍ଞକ୍ଟ୍ରସବଦ୍ଭ
ଉବଜ୍ଞକ୍ଟ୍ରବସଶଦ୍ଭ ମାଧ୍ୟମରେ ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରିବା ଓ ସେମାନଙ୍କୁ ମାନସିକ ଭାବେ ଉତ୍ସାହିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି
ୱେବସାଇଟ ମାଧ୍ୟମରେ ଓଡିଶାର ଯୁବ ପିଢୀ ରେଜିଷ୍ଟ୍ରେସନ କରି ଆମ ରାଜ୍ୟ ତଥା ଦେଶର ଅଲମ୍ପିକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁବମୋର୍ଚ୍ଚା ରାଜ୍ୟ
ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି ।
ଟୋକିଓ ଅଲମ୍ପିକ ୨୦୨୦ରେ କ୍ରୀଡାଜଗତର ୧୨୭ ଜଣ ଖେଳାଳି ଭାରତକୁ ପ୍ରତିନିଧିତ୍ୱ କରି ଦେଶ ପାଇଁ ଏକ ବିଶାଳ ଏବଂ ନୂତନ ସମ୍ବାବ୍ୟ
ଆଣିବାକୁ ଯାଉଛନ୍ତି । ଆମେ ସେମାନଙ୍କୁ ଉତ୍ସାହିତ କରିବା ସହ ୧୬ ଦିନ ଧରି ଯୁବପିଢୀମାନେ ସେମାନଙ୍କର ଭଲ ଅଭ୍ୟାସ ଯେପରିକି ଚାଲିବା, ଦୌଡିବା,
ସାଇକେଲ ଚଲାଇବା, ପ୍ରାର୍ଥନା, ଗଭୀର ଧ୍ୟାନ, ପଢିବା , ଶ୍‌ୀଘ୍ର ଉଠିବା ଏବଂ ଅନେକ କିଛି ଆହ୍ୱାନକୁ ବାଛି ଏହି ୱେବସାଇଟରେ ନିଜ ଫଟୋ ଅପଲୋଡ କରି
ସୋସିଆଲ ମିଡିଆରେ ସେୟାର କରିପାରିବେ । ରାଜ୍ୟର ସମସ୍ତ ଯୁବପିଢୀଙ୍କ ସହିତ ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ଏହି ଅଭିଯାନରେ ସାମିଲ ହେବା ପାଇଁ ଶ୍ରୀ
ଆଚାର୍ଯ୍ୟ ନିବେଦନ କରିଛନ୍ତି ।
ରାଜ୍ୟରେ ମଣ୍ଡଳ, ବୁଥ ଏବଂ ଜିଲ୍ଲା ସ୍ତରରେ ବିଜେପି ଯୁବମୋର୍ଚ୍ଚା ଏହି କ୍ୟାମ୍ପେନକୁ ନେବା ସହ ଅଲମ୍ପିକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ
ଯଥାସାଧ୍ୟ ପ୍ରୟାସ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ଅବସରରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ସାଧାରଣ
ସଂପାଦକ ଦୀପକ ଗୋଚ୍ଛାୟତ ଓ ଓମ୍ ପ୍ରକାଶ ମିଶ୍ର, ମିଡିଆ ସଂଯୋଜକ ସୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking